ଉତ୍କଳ ଗୌରବ ସାଂସ୍କୃତିକ ପରିଷଦ ପକ୍ଷରୁ ମଧୁବାବୁ ଜୟନ୍ତୀ

ବୋଲେଶ୍ୱର, (ସରୋଜ ପଣ୍ଡା): ‘ଉତ୍କଳ ଗୌରବ ମଧୁସୂଦନ ସାଂସ୍କୃତିକ ପରିଷଦ’ ପକ୍ଷରୁ ବାଲେଶ୍ୱରରେ ମଧୁବାବୁଙ୍କ ୧୭୬ ତମ ଜୟନ୍ତୀ ସଦ୍‌ଭାବନା ସଭାଗୃହରେ ଶୁକ୍ରବାର ସଂଧ୍ୟାରେ ପାଳିତ ହୋଇଯାଇଛି । ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଓଡ଼ିଶା ପ୍ରତି ମଧୁବାବୁଙ୍କ ଅତୁଳନୀୟ ଅବଦାନ ଏବଂ ସ୍ମୃତି ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ସମାଜସେବୀ ସୀତା ବଲ୍ଲଭ ମହାପାତ୍ର, ପୂର୍ବତନ ବିଚାରପତି ତଥା ବାଲେଶ୍ୱରର ସ୍ଥାୟୀ ଲୋକ ଅଦାଲତର ଅଧ୍ୟକ୍ଷ ଚିନ୍ତାମଣି ପଣ୍ଡା, ସଂଗ୍ରାମୀ ନେତା ପର୍ଶୁôରାମ ଦ୍ୱିବେଦୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମଧୁବାବୁଙ୍କ ସ୍ୱପ୍ନର ଓଡ଼ିଶା ପ୍ରତି ଆମର କର୍ତ୍ତବ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ପରିଷଦର ସଭାପତି ତଥା ଦୈନିକ ଖବର କାଗଜ ‘ଆଜିକାଲି’ର ପରିଚାଳନା ସମ୍ପାଦକ ଲକ୍ଷ୍ମୀ ନାରାୟଣ ମହାନ୍ତି ଏଥିରେ ସଭାପତିତ୍ୱ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ପରିଷଦର ସାଧାରଣ ସମ୍ପାଦକ ଆଇନଜୀବୀ ପୁରୁଷୋତ୍ତମ ବିଶ୍ୱାଳ ପ୍ରାକ ଅଭିଭାଷଣ ପ୍ରଦାନ କରିଥିଲେ । ପରିଷଦର ସଦସ୍ୟା ଆଇନଜୀବୀ ପ୍ରଜ୍ଞା ପାରମିତା ବିଶ୍ୱାଳ ଅତିଥି ପରିଚୟ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରତିମା ପଣ୍ଡା ଓ ସାଥିଙ୍କ ଦା୍ୱରା ଆବାହନୀ ସଙ୍ଗୀତ ଏବଂ ପରେ ସଙ୍ଗୀତ ନିର୍ଦ୍ଦେଶକ ଅମୃତାଂଶୁ ପଟ୍ଟନାୟକ ଏବଂ ସାଥିମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ସଭ୍ୟ ଆଇନଜୀବି ତୁଷାର କାନ୍ତି ମହାପାତ୍ର, ଭାବଗ୍ରାହୀ ମହାନ୍ତି, ଅଖିଳ କୁମାର ଦାସ, ଡ. ହରିଶ୍ଚନ୍ଦ୍ର ବେହେରା, ସମରେନ୍ଦ୍ର ଦାସ, ସୌରୀଶଙ୍କର ପରିଡ଼ା, ସତ୍ୟନାରାୟଣ ବଳ, ରେଣୁବାଳା ଦାସ, ଅଞ୍ଜଳି ପଣ୍ଡା, ଦୋବାଶିଷ ପାତ୍ର, ଶୁଭେନ୍ଦୁ ପଟ୍ଟନାୟକ, ଦର୍ପ ନାରାୟଣ ଦାସ, ଦିବାକର ମହାନ୍ତି, ଦାମୋଦର ସାମଲ୍‌, ପ୍ରଶାନ୍ତି ପଣ୍ଡା, ବସନ୍ତୀ କର, ଗୌରୀ ବାରିକ୍‌, ଜିତେନ୍ଦ୍ର ଉପାଧ୍ୟାୟ, ନୃସିଂହ ଚରଣ ମହାନ୍ତି, ଆଜିକାଲି ସମ୍ବାଦ ପତ୍ରର ପ୍ରକାଶକ କିଶୋର ଦାସ, ଦୀପକ ଦାଶ, ବିଜୟ ପାଣିଗ୍ରାହୀ, ସତ୍ୟେନ୍ଦ୍ର ଉମା ଶଙ୍କର ରାଉତ୍‌, ଗଙ୍ଗାଧର ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅପରାହ୍ନରେ ପରିଷଦର ସଭାପତି ଶ୍ରୀ ମହାନ୍ତିଙ୍କ ତତ୍ତ୍ୱାବଧାନରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ, ବିସ୍କୁଟ୍ ଓ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ