ନୃତ୍ୟ ସଙ୍ଗୀତ କଳା ମନ୍ଦିରରେ‘ବିଶ୍ୱ ନୃତ୍ୟ ଦିବସ’

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ‘ନୃତ୍ୟ ସଙ୍ଗୀତ କଳାମନ୍ଦିର’ ପକ୍ଷରୁ ବିଶ୍ୱ ନୃତ୍ୟ ଦିବସ ଟାଉନହଲ ପରିସରରେ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବାଲେଶ୍ୱର ପୌରାଧ୍ୟକ୍ଷା ସବିତା ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ମାନବର ମାନସିକ ଶାନ୍ତି ଓ ଆତ୍ମସନ୍ତୋଷ ତଥା ମନୋରଞ୍ଜନ ପାଇଁ ନୃତ୍ୟ ଓ ସଙ୍ଗୀତ ମହୌଷଧୀ ଭଳି କାର୍ଯ କରିଥାଏ ବୋଲି ସେ କହିଥିଲେ । ରେବତୀ ପତ୍ରିକାର ସମ୍ପାଦିକା ତଥା ସମାଜସେବୀ ସୁବାସିନୀ ଜେନା ଏଥିରେ ପୌରହିତ୍ୱ କରିଥିଲେ । ନୃତ୍ୟାନୁଷ୍ଠାନର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ର ଏଥରେ ମଂଚାସୀନ ହୋଇ ନୃତ୍ୟ ଦିବସ ପାଳନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନୁଷ୍ଠାନର ପୁରାତନ ନୃତ୍ୟାଙ୍ଗନା ସୁଦୀପ୍ତା ମହାନ୍ତି ଏଥିରେ ବିଶ୍ୱ ନୃତ୍ୟ ଦିବସର ବାର୍ତ୍ତା ପାଠ କରିଥିଲେ । ସୁଶ୍ରୀ ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏହି ଅବସରରେ ନୃତ୍ୟ ସଙ୍ଗୀତ କଳାମନ୍ଦିରର ପୂରାତନ ଛାତ୍ରୀ ପ୍ରେମଲତା ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପରେ ନୃତ୍ୟ ସଙ୍ଗୀ କଳାମନ୍ଦିରର ଛାତ୍ରଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ । ଅନୁଷ୍ଠାନର ସମ୍ପାଦକ ଶରତ ଚନ୍ଦ୍ର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା । ଯୁଗ୍ମ ସମ୍ପାଦକ ଲକ୍ଷ୍ମୀ ନାରାୟଣ ଘୋଷ ଓ ଅନନ୍ତ କୁମାର ଚାନ୍ଦଙ୍କ ସମେତ ନୃତ୍ୟ ସଙ୍ଗୀତ କଳାମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ