ବନ୍ତ ବଜାରରୁ ଜବରଦଖଲ ଉଚ୍ଛେଦ

ବନ୍ତ, (ଚାନ୍ଦିନୀ ମହାନ୍ତି):ବୁଧବାର ଜିଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବନ୍ତ ତହସିଲ ପକ୍ଷରୁ ବନ୍ତ ସଦରମହକୁମାର ବ୍ଲକ ଛକ ଠାରୁ ଜଳ ସେଚନ କାର୍ଯ୍ୟାଳୟ ଛକ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି । ଉଚ୍ଛେଦ ବେଳେ ତହସିଲଦାର ଅଙ୍କିତା ବାରିକ, ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଏସ୍‌ଡିପିଓ ବିଜୟକୃଷ୍ଣ ମହାପାତ୍ର, ବନ୍ତ ଥାନାଧିକାରୀ ଆଦିତ୍ୟ ପ୍ରସାଦ ଜେନା, ଆଗରପଡା ଥାନାଧିକାରୀ ମୋନାଲିସା କର, ଭଣ୍ଡାରିପୋଖରୀ ଥାନାଧିକାରୀ ତପନ ପ୍ରଧାନ, ରାସ୍ତା ଗୃହ ନିର୍ମାଣ ବିଭାଗର ଏସଡିଓ ପ୍ରିୟଙ୍କା ସାହୁଙ୍କ ସମେତ ୨ ପ୍ଲାଟୁନ୍ ପୋଲିସ ଫୋର୍ସ ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ କିଛି ବର୍ଷ ହେବ ବନ୍ତ ବଜାରରେ କିଛି ବ୍ୟକ୍ତି ସରକାରୀ ଜାଗାକୁ ଜବରଦଖଲ କରି ସ୍ଥାୟୀ ଏବଂ ଉଠା ଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଥିଲେ । ଏପରିପେକ୍ଷୀରେ ଗତ ୨ ବର୍ଷ ତଳେ ରାଜ୍ୟ ରାଜପଥର ବଜାର ଅଞ୍ଚଳରେ ରାସ୍ତାର ପ୍ରଶସ୍ତିକରଣ ହେବା ସହ ବଜାର ମଧ୍ୟରେ ଡିଭାଇଡର ନିର୍ମାଣ ହୋଇଥିଲା । ଫଳରେ ରାସ୍ତା ପାଶ୍ୱର୍ ସଂକୀର୍ଣ୍ଣ ହେବା ସହ ଜନଗହଳି ଯୋଗୁ ବହୁ ସମୟରେ ଦୁର୍ଘଟଣା ଘଟିଥିଲା । ଗତ କିଛି ଦିନ ତଳେ ଟିଲୋ ଅଞ୍ଚଳର ଜଣେ ଫଳ ବ୍ୟବସାୟୀ ସଡକ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ । ଫଳରେ ସ୍ଥାନୀୟ ଲୋକେ ବଜାର ମଧ୍ୟରେ ଜବରଦଖଲ ଉଚ୍ଛେଦ କରିବା ଦାବୀରେ ରାସ୍ତାରୋକ କରିଥିଲେ । ସେତେବେଳେ ଉପ ଜିଲାପାଳ ଘଟଣା ସ୍ଥଳରେ ପହଞ୍ôଚ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପ୍ରତିଶୃତି ଅନୁଯାୟୀ ତହସିଲ ପକ୍ଷରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷ କରାଯିବା ପରେ ଆଜି ବଜାର ମଧ୍ୟରୁ ଜବରଦଖଲ ଉଚ୍ଛେଦ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ