ଗଞ୍ଜେଇ ବିକ୍ରୀ ବେଳେ ମାଡିବସିଲା ପୁଲିସ ଓ ଅବକାରୀ ବିଭାଗ, ଜଣେ ଗିରଫ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ସୋସୋ ଥାନା ଅଧିନସ୍ଥ ଝଣଝଣା ନିକଟରେ ଗଞ୍ଜେଇ ବିକ୍ରୀ ବେଳେ ପୁଲିସ ଓ ଅବକାରୀ ବିଭାଗ ଜଣେ ଅଭିଯୁକ୍ତିକୁ ଧରିବାରେ ସଫଳ ହୋଇଛି । ସୁଚନାରୁ ଜଣାଯାଇଛି ଗତକାଲି ରାତିରେ ରଙ୍ଗାମାଟିଆ ଗ୍ରାମର ସତ୍ୟବ୍ରତ ପ୍ରଧାନ ଓ ଆଉ ଜଣେ ଯୁବକ ଏକ ବାଇକରେ ଗଞ୍ଜେଇ ଆଣି ଝଣଝଣା ଗ୍ରାମରେ ବିକ୍ରୀ କରୁଥିବା ସମୟରେ ସୋସୋ ପୁଲିସ ଓ ହାଟଡିହି ଅବକାରୀ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ ଚଢ଼ାଉକରି ସତ୍ୟବ୍ରତ ପ୍ରଧାନକୁ ଧରିଥିବାବେଳେ ଅନ୍ୟ ଜଣେ ବାଇକ ନେଇ ଫେରାର ହୋଇଯାଇଥିଲା । ଅବକାରୀ ବିଭାଗ ସତ୍ୟବ୍ରତ ନିକଟରୁ ୬କିଲୋ ୮୦୦ଗ୍ରାମ ଗଞ୍ଜେଇ ଜବଦ କରିବା ସହିତ ତାକୁ ଆଜି ଗିରଫକରି କୋର୍ଟ ଚାଲାଣ କରିଛନ୍ତି ।


