ଦିଗପହଣ୍ଡି ବ୍ଲକ ସ୍ତରୀୟ ଶିକ୍ଷକ ତାଲିମ ଶିବିର ବର୍ଣ୍ଣାଳି ଉଦଯାପିତ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସ୍ଥିତ ସରକାରୀ ଗାର୍ଲ୍ସ ହାଇସ୍କୁଲ ଏବଂ ପଦ୍ମନାଭପୁର ସ୍ଥିତ ରାଧା ଦାମୋଦର ସରକାରୀ ଗାର୍ଲ୍ସ ହାଇସ୍କୁଲ ପରିସରରେ ୩ ଦିନିଆ ଶିକ୍ଷକ ତାଲିମ ଶିବିର ବର୍ଣ୍ଣାଳି ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରରେ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ଲିଙ୍ଗ ସମ୍ବେଦନଶୀଳତା ଏବଂ ପାଠ୍ୟକ୍ରମ ସହ ସଂଯୋଗିକରଣ ବର୍ଣ୍ଣାଳିି ସମ୍ପର୍କରେ ୪ ଜଣ ପ୍ରଶିକ୍ଷକ ଙ୍କ ଦ୍ଵାରା ସମୁଦାୟ ୮୯ ଜଣ ଶିକ୍ଷୟତ୍ରୀ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା।ଆୟୋଜିତ ଶିବିର ରେ ଦିଗପହଣ୍ଡି ବ୍ଲକ ଶିକ୍ଷାଧିକାରୀ କୋରେଶୁ ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ତଥା ବ୍ଲକ ଗୋଷ୍ଠୀ ସାଧନ କର୍ମୀ ବାଳା ମାଝୀ,ରସାନନ୍ଦ ଘଡେଇ,ବିଶ୍ରବା ପାଇକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦିଗପହଣ୍ଡି ଏନ୍ ଏ ସି ର ଆଞ୍ଚଳିକ ସାଧନ କର୍ମୀ ସିଆରସିସି ଅନିଲ କୁମାର ଦାସ, ସୁବ୍ରତ କୁମାର ପଣ୍ଡା, ବଳରାମ ବେହେରା,ଶଙ୍କର ସେଠୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟକ୍ରମ ତଦାରଖ କରାଯାଇଥିଲା।