ମୋଟରସାଇକେଲରୁ ଖସି ପଡ଼ି ମହିଳା ଗୁରୁତର

ରାଇରଙ୍ଗପୁର, (ଅକ୍ଷୟ ବିଶ୍ବାଳ):ମୟୁରଭଂଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସୁବର୍ଣ୍ଣରେଖା କେନାଲ ରାସ୍ତା ପାହାଡ଼ ପୁର ଠାରେ ବାଇକ୍ ଦୁର୍ଘଟଣା ହୋଇଛି । ସୂଚନା ମୁତାବକ ଶୁଲିଆ ପଦା ଥାନା ଅନ୍ତର୍ଗତ କାଦୁଆଣି ଗ୍ରାମର ରାଜକୁମାର ସି ଓ ସ୍ତ୍ରୀ-ଲକ୍ଷ୍ମୀ ସି ବାଇକ୍ ଯୋଗେ ଯାଉଥିବା ବେଳେ ସାରସକଣା ସ୍ଥିତ ପାହାଡ଼ପୁର ସୁବର୍ଣ୍ଣରେଖା କେନାଲ ରାସ୍ତାରେ ଭାରଶ୍ୟାମ ହରାଇ ପଛରେ ବସିଥିବା ସ୍ତ୍ରୀ ଲକ୍ଷ୍ମୀ ସି ତଳେ ପୋଡି ଯିବାରୁ ମୁଣ୍ଡରେ ଗଭୀର ଆଗାତ ଲାଗିଥିଲା । ତେବେ ସ୍ଥାନୀୟ ଲୋକ ମାନେ ଦେଖି ସାରସକଣା ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ଗୁରୁତର ମହିଳାଙ୍କୁ ଶୀର୍ଷା ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ଲକ୍ଷ୍ମୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ