ଦିବଂଗତ ଡାକ୍ତରଙ୍କ ସ୍ମୃତିଚାରଣ ସଭା

ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ କୁଳେଇପଦା ( ମଠଡିହ) ଠାରେ ଦିବଂଗତ ଡାକ୍ତର ସୁରଥ କୁମାର ବିଶ୍ବାଳଙ୍କ ଏକାଦଶାହରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଆଇନଜୀବି ନରେନ୍ଦ୍ର କୁମାର ବିଶ୍ବାଳଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ପଣ୍ଡା, ରେଣୁବାଳା ସାମଲ, ଲଛମନ ନାୟକ, ରକ୍ଷାକର ବିଶ୍ବାଳ, ବ୍ରହ୍ମାନନ୍ଦ ବିଶ୍ବାଳ, ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ବିପିନ ବିହାରୀ ନାୟକ, ଡା. ଗିରୀଶ ନାୟକ, ଅଧ୍ୟାପକ ନିକୁଞ୍ଜ କିଶୋର ଜେନା, ସାମାଜିକ କର୍ମୀ ଶଶାଙ୍କ ଶେଖର ବେହୁରିଆ, ବ୍ରହ୍ମ କୁମାର ଦୟାନିଧି, ବିକେ ଶାନ୍ତନୁ,ବିକେ ଅନନ୍ତ, ପୁତ୍ର ଜିତେନ୍ଦ୍ର ବିଶ୍ବାଳ ପ୍ରମୁଖ ଡାକ୍ତର ବିଶ୍ବାଳଙ୍କର ସ୍ମୃତି ଚାରଣ କରି କହିଥିଲେ କି ଡା. ବିଶ୍ବାଳ ଥିଲେ ସ୍ଥାନୀୟ ଅଞ୍ଚଳର ଦେବଦୂତ । ଭଦ୍ରକରେ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟରତ ବେଳେ ସ୍ଥାନୀୟ ୮ ପଞ୍ଚାୟତ ଲୋକଙ୍କୁ ନିଶୁଳ୍କ ସେବା ଯୋଗାଉଥିଲେ । କରୋନା ମହାମାରୀ ସମୟରେ ଜନତାଙ୍କ ସେବା କରି ସେ ଅନନ୍ୟ ଉଦାହରଣ ପାଲଟିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ