ପଶ୍ଚିମବଙ୍ଗ ସାଂସଦଙ୍କୁ ସାକ୍ଷାତ କଲା କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ
ବାଲେଶ୍ୱର, (ସରୋଜ ପଣ୍ଡା):କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ ପକ୍ଷରୁ ଆବାହକ ଶୁଭଙ୍କର ମହାପାତ୍ରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳୠତ ୧୩ ତାରିଖରେ ପୂର୍ବ ମେଦିନିପୁର ସାଂସଦ ଦିଲୀପ ଘୋଷ, ତମଲୋକର ସାଂସଦ ଦିବ୍ୟେନ୍ଦୁ ଅଧିକାରୀ ଓ କାନ୍ଥି ସାଂସଦ ଶିଶିର ଅଧିକାରୀଙ୍କ ସହ ସାକ୍ଷାତ କରି ର୍ପୂବତଟ କୋଷ୍ଟ କେନାଲର ପୁନରୁଦ୍ଧାର ସମ୍ପର୍କରେ ଆଲୋଚନା କରିଛନ୍ତି । ସାଂସଦଗଣ ପୂର୍ବତଟ କୋଷ୍ଟ କେନାଲର ଐତିହାସିକ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି ଏହାର ଅର୍ଥର୍ନୈତିକ, ସାମାଜିକ ଓ ସାଂସ୍କୃତିକ ଅବଦାନ ପଶ୍ଚିବଙ୍ଗ ଓ ଓଡ଼ିଶାକୁ ସମୃଦ୍ଧ କରିଥିଲା ବୋଲି କେନ୍ଦ୍ର ସରକାରଙ୍କ ଠାରେ ନିରନ୍ତର ଦାବି ଜଣାଇ ଆସୁଛନ୍ତି ବୋଲି କହିଥିଲେ । ଆଗାମୀ ସଂସଦ ଅଧିବେଶନରେ ପୂର୍ବତଟ କୋଷ୍ଟ କେନାଲ ପୁନଃରୁଦ୍ଧାର ସମ୍ପର୍କରେ ଦାବି ଉପସ୍ଥାପନ ସହ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କ ସହ ସାକ୍ଷାତ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏମିତିକି ଏହି ପ୍ରକଳ୍ପ କାର୍ଯ୍ୟକାରିତା ବାବଦରେ ଓଡ଼ିଶାରୁ ୨ଜଣ ଓ ପଶ୍ଚିମବଙ୍ଗରୁ ୩ ଜଣ, ମୋଟ ୫ଜଣ ସାଂସଦ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ପୁନରୁଦ୍ଧାର ମଂଚ ପକ୍ଷରୁ କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ପଶ୍ଚିମବଙ୍ଗ ସାଂସଦଙ୍କ ସହ ସାକ୍ଷାତ ଆଲୋଚନା ବେଳେ କୋଷ୍ଟ କେନାଲ ପୁନରୁଦ୍ଧାର ମଞ୍ଚ ପ୍ରତିନିଧି ଦଳରେ ଆବାହକ ଶ୍ରୀ ମହାପାତ୍ରଙ୍କ ସମେତ ବିଜୟ ଦାସ ଅଧିକାରୀ, ସୁକୁମାର ରାୟ, ଅନୁପ ଚକ୍ରବର୍ତ୍ତୀ, ମୃତ୍ୟୁଞ୍ଜୟ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ୨ୟ ପର୍ଯ୍ୟାୟରେ ପଶ୍ଚିିମବଙ୍ଗ ଓ ଓଡ଼ିଶାର ବିଧାୟକଙ୍କୁ ସେମାନେ ରାଜ୍ୟ ସରକାରଙ୍କ ଠାରେ ଏ ଦିଗରେ ଦୃଢ଼ ପଦକ୍ଷେପ ନେବା ପାଇଁ ଅନୁରୋଧ କରିବେ ବୋଲି ସୂଚନା ଦେଇଛନ୍ତି ।


