ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟରିଂ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରୀ ବୈଠକ

ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌) : ଓଡ଼ିଶା ଅବସରପ୍ରାପ୍ତ ଡ଼ିପ୍ଲୋମା ଇଞ୍ଜିନିୟର ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରୀ ପରିଷଦ ବୈଠକ ୧ନମ୍ବରସ୍ଥିତ ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଂଘର ସଭାପତି ଇଂ ବିପିନ ବିହାରୀ ନାୟକ ସଭାପତିତ୍ୱ କରିଥିଲେ । ଉପଦେଷ୍ଟା ଇଂ ଦର୍ପନାରାୟଣ ଦାସ ସ୍ୱାଗତ ଭାଷଣ ଦେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସଂଘର ପୃଷ୍ଠପୋଷକ ଇଂ ସାରଦା ପ୍ରସାଦ ମହାନ୍ତିଙ୍କର ନଭେମ୍ବର ୧୪ ତାରିଖ ଦିନ ୮୦ ବର୍ଷ ପୂର୍ତ୍ତି ପାଇଁ ସଭାରେ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ସଂଘର ଗଞ୍ଜାମ ଶାଖାର ଅତ୍ୟନ୍ତ ଉତ୍ସାହୀ ଦିବଂଗତ ସଦସ୍ୟ ଇଂ ବନବାସୀ ପଟ୍ଟନାୟକଙ୍କ ପରଲୋକ ପାଇଁ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ସଂଘର ସାଧାରଣ ସମ୍ପାଦକ ଇଂ ବାମଦେବ ତ୍ରିପାଠୀ ସଂଘର ବାର୍ଷିକ ବିବରଣୀ ପାଠ ପରିଥିଲେ । ୨୦୨୦ ଫେବୃୟାରୀ ୨୩ ତାରିଖ ଦିନ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହେବା ପାଇଁ ନିଷ୍ପତ୍ତି ନିଆଗଲା । ଏହି ସଭାରେ ସଂଘର ଉପସଭାପତି ଇଂ ଡ଼ମ୍ବରୁଧର କବି, ଗଞ୍ଜାମ ସଭାପତି ଇଂ ବାଞ୍ଛାନିଧି ଦାସ, କଟକ ଉପସଭାପତି ଇଂ ସୁଶିଲ ମହାପାତ୍ର, କେନ୍ଦ୍ରାପଡ଼ା ଶାଖାର ସମ୍ପାଦକ ଇଂ କୃଷ୍ଣଚନ୍ଦ୍ର ସାହୁ, ଯାଜପୁର ଶାଖାର ସଭାପତି ଇଂ ବଟକୃଷ୍ଣ ବେହେରା, ଭଦ୍ରକ ଶାଖାର ଇଂ ମାଧବ ମହାନ୍ତି, ବାଲେଶ୍ୱର ଶାଖାର ସମ୍ପାଦକ ସରୋଜକାନ୍ତ ଚାନ୍ଦ ଓ ବାରିପଦା ଶାଖାର ଇଂ ଜଗଦୀଶ ବେହେରା ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ୨୩ଟି ରାଜ୍ୟ ସରକାର ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟ ଭତ୍ତା ପ୍ର୍ରଦାନ କରୁଥିବା ବେଳେ ଓଡ଼ିଶା ସରକାର ‘ଓଡ଼ିଶା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟଭତ୍ତା ପ୍ରଦାନ ପାଇଁ ଦାବି କରାଯାଇଥିଲା । ଏହି ଅବସରରେ ସଂଘର ‘ଅବସର ବାର୍ତ୍ତା’ର ସଂଖ୍ୟା ଓ ଏକ ଡ଼ାଇରେକ୍ଟରୀ ସମସ୍ତ ସଭ୍ୟମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆସନ୍ତା ନିର୍ବାଚନ ପାଇଁ ଇଂ ସାରଦା ପ୍ରସାଦ ମହାନ୍ତିି ଓ ଇଂ ମାଧବଚନ୍ଦ୍ର ମହାନ୍ତିଙ୍କୁ ନିର୍ବାଚନ ଅଧିକାରୀ ଭାବେ ମନୋନୀତ କରାଯାଇଥିଲା । ଉପସଭାପତି ଇଂ ବଳରାମ ପ୍ରସାଦ, ବସୁ ମଲ୍ଲିକ ଧନ୍ୟବାଦ ଦେବା ପରେ ସଭା ସାଙ୍ଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ