ପଢ଼ିଆରିପଲ୍ଲୀ ହାଇସ୍କୁଲର ଶତପ୍ରତିଶତ ସଫଳତା

ହାଟଡିହି, (ବିକାଶ ବିଶ୍ୱାଳ):ଚଳିତ ମାଟ୍ରିକ ପରୀକ୍ଷାରେ ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତ ହାଇସ୍କୁଲ ବିଶେଷ ସଫଳତା ହାସଲ କରିଛି । ଏହା ଏକ ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାବେଳେ ପ୍ରଥମଥର ପାଇଁ ଶତପ୍ରତିଶତ ସଫଳତା ହାସଲ କରିଛି । ମୋଟ ୮୦ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବାବେଳେ ଏ-୧ରେ ଜଣେ, ଏ-୨ରେ ୬ଜଣ, ବି-୧ରେ ୧୨ଜଣ, ବି-୨ରେ ୮ଜଣ ଓ ସିରେ ୨୧ଜଣ, ଡିରେ ୨୨ଜଣ ଓ ଇରେ ୧୦ଜଣ ପରୀକ୍ଷାର୍ଥô କୃତକାର୍ଯ୍ୟ ହୋଇଛନ୍ତି । ଏହାକୁ ନେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଭିତରେ ଖୁସିର ଲହରୀ ଖେଳି ଯାଇଥିବାବେଳେ ଶିକ୍ଷକ ଶିକ୍ଷତ୍ରୀ ମାନେ କୃତ୍ତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ