୪୪ ଜଣ କୃତୀ ଛାତ୍ର ଛାତ୍ରୀ ଙ୍କୁ ବିଧାୟକ ସମ୍ବର୍ଦ୍ଧିତ କଲେ

ନିମାପଡ଼ା, (ସନ୍ତୋଷ ଦାଶ):ଆଜି ନିମାପଡ଼ା ବ୍ଲକ କାର୍ଯ୍ୟଳୟ ସଭାଗୃହ ରେ ନିମାପଡ଼ା ଓ ଗୋପ ବ୍ଲକ ରେ ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡ ମାଟ୍ରିକ ପରୀକ୍ଷାରେ ଏ ୧ ରଖିଥିବା ୪୪ ଜଣ ଛାତ୍ର ଛାତ୍ରୀ ଙ୍କୁ ନିମାପଡ଼ା ବିଧାୟକ ସମିର ରଞ୍ଜନ ଦାଶ ସିଲ୍ଡ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ ,ଗୋପ ବ୍ଲକ ଅଧ୍ୟକ୍ଷା ଝୁନୁ ମଲ୍ଲିକ ,ନିମାପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଦ୍ଵିତିକାନ୍ତ ପ୍ରଧାନ ଓ ଗୋପ ବ୍ଲକ ଶିକ୍ଷା ଅଧିକାରୀ ସୁନିଲ ନନ୍ଦ ସମେତ ବହୁ ଶିକ୍ଷକ / ଶିକ୍ଷୟତ୍ରୀ / ଅଭିଭାବକ ମାନେ ଉପସ୍ଥିତ ଥିଲେ ।ବିଧାୟକ ଛାତ୍ରୀ ଛାତ୍ର ମାନଙ୍କୁ ସିଲ୍ଡ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ