ପୈାରାଚଂଳ ଭୋଇସାହିରେ ଗୋଷ୍ଠିଭିତିକ ପାଇଖାନା ହେବ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ମନକରପୁର ଭୋଇସାହିରେ କେତେକ ଲୋକଙ୍କ ପାଇଖାନା ନିର୍ମାଣ ନିମନ୍ତେ ନିଜର ଜମି ନଥିବାରୁ ସେଠାରେ ଗୋଷ୍ଠି ପାଇଖାନା ଓ ଗାଧୁଆଘର ନିର୍ମାଣ କରାଯିବାକୁ ଜିଲ୍ଲାପାଳ ସମର୍ଥ ବର୍ମା ମଙ୍ଗଳବାର ସକାଳେ ସଂପୃକ୍ତ ଅଚଂଳ ପରିଦର୍ଶନ ସମୟରେ ପୈାରସଂସ୍ଥା ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି । ମହାଭୋଇ ପୋଖରୀର ପୁନରୁଦ୍ଧାର କାର୍ଯ୍ୟର ଅଗ୍ରଗତି ଦେଖିବାକୁ ଜିଲ୍ଲାପାଳ ସେଠାକୁ ଯାଇଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଏଥିନିମନ୍ତେ ନିବେଦନ କରାଯାଇଥିଲା । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପାଚେରୀ ନିକଟରେ ଏହି ଗୋଷ୍ଠି ଭିତିକ ପାଇଖାନା ଓ ଗାଧୁଆଘର ନିର୍ମାଣ କରିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଏଥିସହିତ ମହାଭୋଇ ପୋଖରୀ ପୁନରୁଦ୍ଧାର କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ସେଠାରେ ଉପସ୍ଥିତ ଥିବା ସଂପୃକ୍ତ ଠିକାଦାରକୁ ନିର୍ଦେଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ