ଯୁକ୍ତ ଦୁଇ ବିଜ୍ଞାନରେ ଗଞ୍ଜାମ ବ୍ଲକ ଟପ୍ପର ହେଲେ ଅଲେଖଚନ୍ଦ୍ର ମାଳି

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ମହାବିଦ୍ୟାଳୟର ଯୁକ୍ତଦୁଇ ଛାତ୍ର ଅଲେଖଚନ୍ଦ୍ର ମାଳି ଚଳିତ ବର୍ଷ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ସର୍ବାଧିକ ୫୦୬ ମାର୍କ ରଖି ଗଞ୍ଜାମ ବ୍ଳକ ଟପ୍ପର ହୋଇଛନ୍ତି। ଯାହା ଗଞ୍ଜାମ ମହାବିଦ୍ୟାଳୟ ଓ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଛପୁର ପଞ୍ଚାୟତର କଲ୍ୟାଣପୁର ଗ୍ରାମର ବାସିନ୍ଦା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ତଥା ଅଞ୍ଚଳରେ ଜଣାଶୁଣା ସାମାଜିକକର୍ମୀ ମହେଶ୍ୱର ମାଳି ଓ ରୋଜାଲିନ ମାଳୀଙ୍କ ପୁତ୍ର ଅଲେଖ ପିଲାବେଳୁ ମେଧାବୀ ଛାତ୍ର ଥିବା ବେଳେ ବିଭିନ୍ନ ଵର୍ଗର ବୃତ୍ତି ପାଇଆସିଛନ୍ତି। ଏହାସହ ବକୃତା ଓ ପ୍ରବନ୍ଧରେ ନିଜର ପାରିଦର୍ଶିତା ଦେଖାଇଥିବା ବେଳେ ପ୍ରକୃତି ପ୍ରେମୀ ହିସାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବାର ଲକ୍ଷ୍ୟ ରଖିଥିବା କହିବା ସହ ଏହି ସଫଳତା ଭଗବାନଙ୍କ ଆଶୀର୍ବାଦ ,ବାପା, ମାଆ ମହାବିଦ୍ୟାଳୟର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା ବିଶେଷକରି ଏସ.ଏମ ଡ଼ାଇରେକ୍ଟର ଇଂ .ଗଜେନ୍ଦ୍ର ତରାଇଙ୍କୁ ଶ୍ରେୟ ଦେଇଛନ୍ତି। ଏହି ସଫଳତା ପାଇଁ ଗଞ୍ଜାମ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ. ପ୍ରବୀଣ କୁମାର ନନ୍ଦ, ଅଞ୍ଚଳବାସୀ, ଓ ବିଭିନ୍ନ ବର୍ଗର ଲୋକେ ଶୁଭେଚ୍ଛା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ