ହୁମ୍ମା ରେଳଷ୍ଟେସନରେ ଇଣ୍ଟରସିଟି ରହଣି ନେଇ ରେଳବାଇ ଜିଏମକୁ ଭେଟିଲେ ପ୍ରତିନିଧି ଦଳ
ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ରେଳ ଷ୍ଟେସନ ଠାରେ ଭୁବନେଶ୍ୱର ବିଶାଖାପାଟଣା ଏକ୍ସପ୍ରେସ ରହଣି ଦାବି ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଇଷ୍ଟ କୋଷ୍ଟ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ବିଜେପି ଓବିସି ମୋର୍ଚ୍ଚାରାଜ୍ୟ ସମ୍ପାଦକ ସନ୍ତୋଷ ମହାପାତ୍ରଙ୍କ ନେତୃତ୍ୱରେ ସମିତି ସଭ୍ୟ ଧ୍ରୁବ ଚରଣ ପଲେଇ, ପୂର୍ବତନବ୍ଲକ ଛାତ୍ର ବିଜେଡି ସଭାପତି ଶାନ୍ତୁନ ବିଶ୍ଵାଳ,ପ୍ରଶାନ୍ତ ପରିଡା, ଶ୍ୱେତ ପରିଡା, ଜିତୁ ସ୍ୱାଇଁ , ବାବୁ ପୋଲେଇ, ଉପସ୍ଥିତ ରହି ଆଲୋଚନା କରିବା ସହ ଏହି ଟ୍ରେନ ରହିଲେ ପାଞ୍ଚଟି ପଞ୍ଚାୟତ ସହ
ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ ବ୍ଲକର ବାସିନ୍ଦା ସମେତ ଶୁଖୁଆ ହାଟକୁ ଆସୁଥିବା ରାଜ୍ୟର ବିଭିନ୍ନ ଜିଲ୍ଲାର ବ୍ୟବସାୟୀ ବି ଉପକୃତ ହେବେ ବୋଲି କହିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।


