ଯୁଗଶ୍ରୀ ଟ୍ରଷ୍ଟ ଓ ଗ୍ରୀନ ଇଣ୍ଡିଆ ପକ୍ଷରୁ ବିଶ୍ୱ ପରିବେଶ ଦିବସ
ବାଲେଶ୍ୱର, (ସରୋଜ ପଣ୍ଡା):ଯୁଗଶ୍ରୀ ଟ୍ରଷ୍ଟ ଓ ଗ୍ରୀନ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ପରିବେଶ ଦିବସ ସୋମାବାର ପାଳିତ ହୋଇଯାଇଛି । ସ୍ଥାନୀୟ ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ମିଶନ ବାଳିକା ଉଚ୍ଚ ବିଦ୍ୟାଳୟ, ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ଓ ବାଲେଶ୍ୱର ଟେକ୍ନିକାଲ ସ୍କୁଲ ପରିସରରେ ବିଭିନ୍ନ ଫଳ, ଔଷଧୀୟ ଓ ଶାଗୁଆନ ବୃକ୍ଷର ଚାରା ରୋପଣ କରାଯାଇଥିଲା । ଯୁଗଶ୍ରୀ ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ମମତା ମହାପାତ୍ର, ଗୀତାଞ୍ଜଳି ସିଂହ, ସଂପାଦକ କମଳାକାନ୍ତ ଦାଶ, ଗ୍ରୀନ ଇଣ୍ଡିଆ ଫାଉଣ୍ଡେସନର ଆବାହକ ଅକ୍ଷୟ ପତି, ସମାଜସେବୀ ଶୁଭଙ୍କର ମହାପାତ୍ର, ପ୍ରଶାନ୍ତୀ ସାହୁ, ଡ. ଗିରୀଶ କିଙ୍କର ମଲିକ, ଇଂ. ଡ଼ମ୍ବରୁଧର ବିଶୋଇ, ଇଂ. ତ୍ରିଭୁବନ ଦାସ, ଦେବାଶିଷ ଦାସ, ପ୍ରତାପ ଚନ୍ଦ୍ର ନାୟକ, ସମ୍ବିତ ସିଂହ, ଗୁଣାକର ଦେ, କୃତିବାସ ବେଜ, ବସନ୍ତ ପ୍ରଧାନ, ଅସିତ ପାତ୍ର, କିଶୋର ରାଉତ, ସନ୍ତୋଷ ଜେନା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ । ମ୍ୟୁନିସିପାଲ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନମିତା ମହାପାତ୍ର, ମିଶନ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହିମାଂଶୁ ନାୟକ, ସିଦ୍ଧି ବିନାୟକ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସୁଧାଂଶୁ ଶେଖର ପଣ୍ଡାଙ୍କ ସମେତ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଯୁଗଶ୍ରୀ ଟ୍ରଷ୍ଟ ପକ୍ଷରୁ ମାଗଣା ଚାରା ରୋପଣ ଓ ବଣ୍ଟନ ନିଷ୍ପତ୍ତି ନିଆଯାଇଛି ।