ଓଏମସି ର ଠିକାସଂସ୍ଥା ଡେଲଟାର ପ୍ରେରଜେକ୍ଟ ମ୍ୟାନେଜରଙ୍କୁ ଆକ୍ରମଣ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ଓଏମସି ଖଣିର ଠିକାସଂସ୍ଥା ଡେଲଟା ର ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ଆଜିସକାଳେ ବାଙ୍ଗୋର ନିକଟରେ ଆକ୍ରମଣ କରାଯାଇଥିବା ନେଇ ସୋସୋ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଆଜି ସକାଳେ ଡେଲଟାର ପ୍ରୋଜେକ୍ଟ ମ୍ୟାନେଜର ଅମରେନ୍ଦ୍ର ନାଥ ଏକ ବୋଲେରୋରେ ବାଙ୍ଗୋର ଗାଁ ଦେଇ ଯାଉଥିବା ସମୟରେ ବାଙ୍ଗୋର ସ୍କୁଲ ପଡିଆ ନିକଟରେ ୩ଜଣ ଯୁବକ ତାଙ୍କୁ ଅଟକାଇ କାହିଁକି ଆମ ଲୋକଙ୍କୁ ନିଯୁକ୍ତି ଦେଉ ନାହଁ କହି ପ୍ରବଳ ମାଡ ମାରିଥିଲେ । ଏପରିକି କାଚ ବୋତଲ ଭାଙ୍ଗି ତାଙ୍କ ପେଟକୁ ଭୁଷିାଦବାକୁ ଉଦ୍ୟମ କରିଥିବା ପ୍ରତ୍ୟେକ୍ଷଦର୍ଶୀ ମାନେ କହିଛନ୍ତି । ଅମରେନ୍ଦ୍ରଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାବେଳେ ତାଙ୍କ ସାର୍ଟ ମଧ୍ୟ ଚିରି ଯାଇଛି । ଏହି ସମୟରେ ଗାଡିର ଡ୍ରାଇଭର ଓ ଗାଡିରେ ଥିବା ଅନ୍ୟ ଜଣେ କର୍ମଚାରୀ ଆକ୍ରମଣକାରୀ ଯୁବକଙ୍କ ନିକଟରୁ ପ୍ରୋଜେକ୍ଟ ମ୍ୟାନେଜରଙ୍କୁ ମୁକୁଳାଇ ତୁରନ୍ତ ସୋସୋ ଡାକ୍ତରଖାନା ନେଇଯାଇଥିଲେ । ସେଠାରେ ଚିକିତ୍ସିତ ହୋଇ ଫେରିବାପରେ ସୋସୋ ଥାନାରେ ଏନେଇ ଲିିଖିତ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ଏହି ଖବର ପ୍ରଚାରିତ ହୋଇଯିବାପରେ ଶହେରୁ ଉର୍ଦ୍ଧ ଶ୍ରମିକ ସୋସୋ ଥାନାରେ ପହଞ୍ଚି ଆକ୍ରମଣକାରୀଙ୍କୁ ତୁରନ୍ତ ଗିରଫ କରିବା ନେଇ ଦାବି ଜଣାଇଥିଲେ । ପୁଲିସ ଅଭିଯୋଗ ପାଇବାପରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ।