୧୨୫ କେଜି ଗଞ୍ଜାଇ ସହ ୩ ଗିରଫ ଇନୋଭା ଓ ମୋଟର ସାଇକେଲ ଜବତ

ଭବାନୀପାଟଣା, (ଯୁଗାବ୍ଦ ନ୍ୟୁଜ):କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଓ ନର୍ଲା ଅଞ୍ଚଳରେ ଚଢ଼ାଉ କରି କଳାହାଣ୍ଡି ଅବକାରୀ ବିଭଗ ଏକ ବଡ ସଫଳତା ପାଇଛି lଆଜି ସକଳେ ଭବାନୀପାଟଣା ସଦର ଅବକାରୀ ମୋବଇଲ ୟୁନିଟ, ନର୍ଲା ଓ ମଦନପୁର ରାମପୁର ଅବକାରୀ ଅଧିକାରୀଙ୍କ ମିଳିତ ଚେକିଂ ବେଳେ ମଦନପୁର ରାମପୁର ଥାନା ପାଜିବାହାଲି ଛକ ଓ ନର୍ଲା ଥାନା ଅନ୍ତର୍ଗତ ସିର୍ଜା ପାଲି ଛକନିକଟରୁ ଗୋଟିଏ ଇନୋଭା ଓ ଗୋଟିଏ ହିରୋ ହଣ୍ଡା ମୋଟର ସାଇକେଲ ରୁ ୧୨୫ କେଜି ୩୭୫ ଗ୍ରାମ ଗଞ୍ଜାଇଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୨୮ଲକ୍ଷ ରୁ ଉର୍ଦ୍ଧ ହେବବୋଲି ଅବକାରୀ ବିଭାଗ ଅନୁମାନ କରିଛି l ଏହି ଘଟଣାରେ ଛତିଶଗାଡ଼ ବରି ଅଂଚଳର ନରେଶ କୁମାର ନେତମ, ମଦନପୁର ରାମପୁର ସୁଲେଶୁର ଗାଁର ଟଙ୍କଧର ପତ୍ର ଓ ସେହି ଗାଁରେ ବିମଳ ଭୋଇ ଙ୍କୁ ଗିରଫ କରିଥିବା ବେଳେ ଗୋଟିଏ ଧଳା କଲର ଇନୋଭା ଓ ଗୋଟିଏ ହିରୋ ହଣ୍ଡା ବାଇକ ଜବତ କରି ତଦନ୍ତ କରୁଛି ଅବକାରୀ ବିଭାଗ l ଏହି ଘଟଣାରେ ମଦନପୁର ରାମପୁର ଅବକାରୀ କେଶ ନମ୍ବର ୫୬ ଓ ନର୍ଲା ଅବକାରୀ କେଶ ନମ୍ବର ୫୯ ରେ ଦୁଇଟି ମାମଲା ରୁଜୁ ହୋଇଛି l ଭବାନୀପାଟଣା ସଦର ଅବକାରୀ ଇନ୍ସପେକ୍ଟର ସୁଶାନ୍ତ ପ୍ରଧାନ, ମଦନପୁର ରାମପୁର ଅବକାରୀ ଇନ୍ସପେକ୍ଟର ଦେବାଶିଷ ସିରଦାର ଓ ନର୍ଲା ଅବକାରୀ ଇନ୍ସପେକ୍ଟର ମିସ ପ୍ରଶାନ୍ତି ସ୍ୱାଇଁ ସମେତ ଅବକାରୀ କର୍ମଚାରୀ ମାନେ ସାମିଲ ହୋଇ ଏହି ଧଡ଼ ପକଡ କରିଥିଲେ lକଳାହାଣ୍ଡି ରୁ ଛତିଶଗଡ଼ର ଦୁର୍ଗକୁ ଏହି ଗଞ୍ଜାଇ ଚୋର ଚାଲାଣ ହେଉଥିବା ଅନୁମାନ କରାଯାଉଛି l ଅଭିଯୁକ୍ତ ମାନଙ୍କୁ ଆଜି ତଦନ୍ତ ପରେ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ