୯୫ ଗ୍ରାମ ବ୍ରାଉନ ସୁଗାର ଜବତ: ଯୁବକ ଗିରଫ

ନିମାପଡା, (ସନ୍ତୋଷ ଦାଶ):ପୁରୀ ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶକ୍ରମେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମା ହଲ ଛକ ରେ ଚଢାଉ କରି ଅଜୟ ଭୋଇ ନାମକ ଯୁବକ ଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୯୫ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରିଥିଲେ। ଏ ସଂକ୍ରାନ୍ତ ରେ କୋଣାର୍କ ଅବକାରୀ ଥାନା କେସ ନଂ ୩୮/୨୩)୨୪ ରେ ଏକ ମାମଲା ରୁଜ୍ଜୁ କରାଯିବା ସହିତ ଉକ୍ତ ଯୁବକ ଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ-କାରାଗାର କୁ ପଠାଯାଇଛି। ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ନଅ ଲକ୍ଷ ପଚାଶ ହଜ଼ାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଲୋକନାଥ ପାତ୍ର,ସ୍ଵାଗତିକା ଘଡେଇ,ବିଶ୍ୱଜିତ ମହାପାତ୍ର, ଶେଖ ୱାରିସ, ସଂଜିପ ହସ୍ତୀ ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ