ଚିକିତ୍ସା ନିମନ୍ତେ ଗର୍ଭବତୀ ମହିଳାଙ୍କ ଠାରୁ ଲାଞ୍ଚ ନେଲେ ଡାକ୍ତର
ମୋହନା,(ଯୁଗାବ୍ଦ ନ୍ୟୁଜ୍): ଗଜପତି ଜିଲ୍ଲା ମୋହନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ଗର୍ଭବତୀ ମହିଳାଙ୍କ ଠାରୁ ଡାକ୍ତରରାଣୀ ଲିଲିପ୍ତା ନାୟକ ୨୭ଶହ ଟଙ୍କା ଲାଂଚ ନେଇଥିବା ଜଣାପଡିଛି । ଡାକ୍ତରରାଣୀ ଲିଲିପ୍ତା ଲାଂଚ ନେଇଥିବା ସ୍ଥାନୀୟ ଲୋକେ ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ବିଡିଓ ଅଚାନକ ବଂଶୀଧର ଖୋସଲା ମେଡିକାଲରେ ପହଞ୍ଚିବା ସହ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମତପ୍ରକାଶ କରିଛନ୍ତି । ସିଡିଏମ୍ଙ୍କ ଯୋଗାଯୋଗ କରିବା ପରେ ସେ କହିଛନ୍ତି ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନାଦେଇଛନ୍ତି । ଅନ୍ୟପଟେ ଗଣମାଧ୍ୟମ ଭାଇ ମାନଙ୍କ ସାମ୍ନାରେ କିଛି ପ୍ରତିକ୍ରିୟା ଦେଇନାହାନ୍ତି ।


