ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ଜିଲ୍ଲା ସ୍ତରୀୟ ସଚେତନତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଜିଲ୍ଲାସ୍ତରୀୟ ଆନ୍ତର୍ଜାତୀୟ ନିଶାଦ୍ରବ୍ୟର ଅପବ୍ୟବହାର ଓ ଚୋରାଚାଲାଣ ବିରୋଧରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ସକାଳେ ଜିଲ୍ଲା ପ୍ରଶାସନ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ସଚେତନତା ରଥ ଶତାଧିକ ବିଦ୍ୟାଳୟ ଛାତ୍ରଛାତ୍ରୀ, ଅଙ୍ଗନୱାଡୀ କର୍ମୀ, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀଙ୍କ ଦ୍ୱାରା ଏକ ଶୋଭା ଯାତ୍ରାରେ ନୂଆ ବସଷ୍ଟାଣ୍ଡରୁ ବାହାରି ସହର ପରିକ୍ରମା ପୂର୍ବକ ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଚେତନତା ରାଲିକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ନିଲୁ ମହାପାତ୍ର ପତକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ଉପସ୍ଥିତ ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ସଂଗଠନର କର୍ମକତ୍ତା, ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡୀ କର୍ମୀ ଓ ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ନିଶାଦ୍ରବ୍ୟ ସେବନ ନ କରିବାକୁ ସପଥ ପାଠ କରାଇଥିଲେ । ଯୁବ ସମାଜ ରଷ୍ଟ୍ରର ଭବିଷ୍ୟତ ଦେଶର ବିକାଶରେ ଯୁବଶକ୍ତିର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ତେଣୁ ନିଶାମୁକ୍ତ ଭାରତ ଅଭିଯାନରେ ଅଧିକରୁ ଅଧିକ ଯୁବକ ସାମିଲ ହେବା ଅତ୍ୟନ୍ତ ଜରୁରୀ, ନିଜକୁ ନିଶାମୁକ୍ତ ରଖିବା ସହିତ ନିଶାମୁକ୍ତ ରାଜ୍ୟ ତଥା ଜିଲ୍ଲା ଗଠନ ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାପାତ୍ର ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଆହ୍ୱାନ ଦେଇଥିଲେ । କାରଣ ପରିବର୍ତ୍ତନର ଆରମ୍ଭ ନିଜଠାରୁ ହେବା ଆବଶ୍ୟକ । ନିୟମିତ ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ହାନୀ ହେବା ସହ ସାମାଜିକ ବିଶୃଙ୍ଖଳାର ମୂଳ କାରଣ ହୋଇଥାଏ । ଫଳରେ ପରିବାରର ଅର୍ଥନୈତିକ ସ୍ଥିତି ଦୁର୍ବଳ ହୋଇଥାଏ । ଉକ୍ତ ଶୋଭାଯାତ୍ରାରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରୁପାଲୀ ପ୍ରିୟଦର୍ଶିନୀ ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ସ୍ୱତନ୍ତ୍ର ବିଦ୍ୟାଳୟର ସ୍ୱପ୍ନାଶୁ କୁମାର ଦାସ, ଯୋଗଗୁରୁ ସଞ୍ଜୟ କୁମାର ମଥାନ ପ୍ରମୁଖ ଉପସ୍ଥିତ ରହି ଏହାକୁ ପରିଚାଳନା କରିଥିଲେ । ଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ