ଦକ୍ଷତା ବିକାଶ ତାଲିମ କେନ୍ଦ୍ରରେ ତାଲିମ ପରେ ନିଯୁକ୍ତି ପାଇଲେ ୧୫ଜଣ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବିଜୁ ଦକ୍ଷତା କେନ୍ଦ୍ରରୁ ଆସିଷ୍ଟାଣ୍ଟ ଇଲେକ୍ଟ୍ରୀସିଆନ ଟ୍ରେଡରେ ଦକ୍ଷତା ବିକାଶ ତାଲିମ ନେବା ପରେ ୧୫ଜଣଙ୍କୁ ମିଣ୍ଡା କମ୍ପାନୀରେ ନିଯୁକ୍ତି ପ୍ରଦାନ କରାଯାଇଛି । ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ତାଲିମ ପ୍ରଦାନ କରାଯାଇଛି । ତାଲିମ ସମୟରେ ପ୍ରାର୍ଥିମାନଙ୍କୁ ମାଗଣା ରହିବା ଓ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସେମାନଙ୍କର ତାଲିମ ସମାପ୍ତ ପରେ ସେମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି । ଏହି ପରି ଭାବରେ ୧୦ଟି ବ୍ୟାଚର ତାଲିମ ସମାପ୍ତ ହୋଇଛି ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ଘନଶ୍ୟାମ ସାଙ୍କ ଠାରୁ ସୂଚନା ମିଳିଛି ।


