ଖାରିନାଳ ରେ ବୁଡି ଯୁବକଙ୍କ ମୃତୄ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗି ପଞ୍ଚାୟତ କଲରାପଦର୍ ଖାରିଆନାଳରେ ବୁଡି ଯୁବକ ଜଣକ ମୃତ ହୋଇଥିବା ଜଣାପଡ଼ିଛି।।ଏନେଇ ପାଟପୁର ପୋଲିସ ଏକ ଅପମୃତ୍ୟୁ ୧୧/୨୩ ମାମଲା ରୁଜୁ କରିଛି।ମୃତ ଯୁବକ ଜଣକ ହେଲେ ପଥର ପୁଞ୍ଜି ଗ୍ରାମର କାଶୀନାଥ ସ୍ବାଇଁ ଙ୍କ ପୁଅ ବିନ ସ୍ବାଇଁ (୫୨) ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ବିନ ସ୍ବାଇଁ କଲରାପଦର ମାମୁ ଘରକୁ ଯାଇଥିଲେ।ଆଜି ସକାଳୁ ଖାରିନାଳ କୁ ଗାଧୋଇବାକୁ ଯାଇଥିଲେ ଗୋଡ ଖସିଯିବା ଯୋଗୁଁ ପାଣିରେ ବୁଡ଼ି ଯାଇଥିଲେ। ଉପସ୍ଥିତ ଥିବା ଲୋକେ ଉଦ୍ଧାର୍ କରି ଆଡପଡା ମେଡ଼ିକାଲ ନେଇଥିଲେ ସେଠାରେ ଉପସ୍ଥିତ ଡ଼ାକ୍ତର ବିନ କୁ ମୃତ ଘୋଷଣା କରିଥିଲେ। ପାଟପୁର ପୋଲିସ କୁ ଖବର ଦେଇଥିଲେ।ପୋଲିସ ଘଟଣସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ଼ ମେଡିକାଲ ପଠାଇଛି। ଏନେଇ ତଦନ୍ତ ଚାଲିଥିବା ତଦନ୍ତ କାରି ଅଫିସର ଶ୍ରୀନିବାସ ଦାସ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ