ନୂଆଗଡ ବ୍ଲକର ଅନେକ ଗ୍ରାମକୁ ରାସ୍ତା ନାହିଁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ନୂଆଗଡ଼ ସଦର ମହକୁମାକୁ ଯୋଗାଯୋଗ କିମ୍ବା ଯାନବାହାନ ଓ ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ ଯିବା ଆସିବା ପାଇଁ ଅନେକ ଗ୍ରାମକୁ ରାସ୍ତା ନାହିଁ. ଏହି ରାସ୍ତା ଗୁଡିକ ଅତି ଦୟନୀୟ ଅବସ୍ଥାରେ ରହି ମରଣ ଜନ୍ତା ପାଲଟିଛି । ଏହି ଖାଲଖମା ପଥୁରିଆ ରାସ୍ତା ଦେଇ ମରଣକୁ ବାଜି ଲଗାଇ ବହୁ କଷ୍ଟରେ ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟୀ କାରବା ନିମନ୍ତେ ପ୍ରତିଦିନ ଯିବା ଆସିବା କରିଥାନ୍ତି ଶତାଧିକ ଅଞ୍ଚଳ ବାସୀ। ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବା ସକାଶେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ। ଖରାଦିନେ ଯେମିତି ସେମିତି ଚଳି ଯାଉଥିବା ବେଳେ ବର୍ଷା ଦିନେ ଗାଡ଼ି ମଟର ଯିବାରତ ଦୂରର କଥା ଚାଲିଚାଲି ଯିବା ମଧ୍ୟ ସମ୍ଭବ ହେଉନି। ଦୁର୍ଗମ ଆଦିବାସୀ ଅଞ୍ଚଳର ହୋଇଥିବାରୁ ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀ ମାନଙ୍କର ଦୃଷ୍ଟି ଆଡୁ଼ଆଳରେ ରହି ଥିବା ପ୍ରକାଶ କରିଛନ୍ତି ଲୋକେ। ବିଭିନ୍ନ ସମୟରେ ପଥଚାରୀ ମାନଙ୍କ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ନଜିର ରହିଛି। ରାସ୍ତା ସମସ୍ୟା ଯୋଗୁ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଦୁର୍ଘଟଣା କିମ୍ବା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳା ମାନଙ୍କୁ ଖଟିଆରେ ବୋହିଁ ସ୍ୱାସ୍ଥ୍ୟକେନ୍ଦ୍ର ନେବାକୁ ବାଧ୍ୟ ହେଉଛନ୍ତି ଲୋକେ। ଏହାକୁ ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ମାଧ୍ୟମରେ ପକା ରାସ୍ତା ନିର୍ମାଣ କରିବା ପାଇଁ ବ୍ଲକ ଏବଂ ଜିଲ୍ଲାପାଳଙ୍କ ଅଭିଯୋଗ ଜଣ ଶୁଣାଣିରେ ଲିଖିତ ଭାବେ ବାରମ୍ବାର ଆବେଦନ କଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନ ଥିବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସି। ରାୟଗଡ଼ା ଜିଲ୍ଲାର ସୀମାକୁ ଏହି ରାସ୍ତା ମାତ୍ର ୫କିଲୋମିଟର। ପଡୋଶୀ ଜିଲ୍ଲା ନିଜ ସୀମା ପର୍ଯ୍ୟନ୍ତ ପକାରାସ୍ତା କରିଥିଲେ ମଧ୍ୟ ଜିଲ୍ଲାର ସିମାଠାରୁ ନୂଆଗଡ଼ ପର୍ଯ୍ୟନ୍ତ ଆଜି ପର୍ଯ୍ୟନ୍ତ ପକା ରାସ୍ତା ନିର୍ମାଣ ହୋଇନାହିଁ। ବ୍ଲକର ଲୁହାଙ୍ଗର ପଞ୍ଚାୟତର କିଜାଙ୍ଗ, କୁଡିଙ୍ଗଡା, ଏସ.ଅନ୍ତରଡା ଗ୍ରାମର ଏବଂ ରାୟଗଡ଼ା ଜିଲ୍ଲା ସୀମାନ୍ତରେ ବସବାସ କରୁଥିବା ଗ୍ରାମର ଲୋକେ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ନୂଆଗଡ଼ ସରର ମହକୁମା ଅତି ନିକଟତର ହେଉଥିବାରୁ ସ୍ବାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ନିମନ୍ତେ ନିର୍ଭର କରିଥାନ୍ତି ଲୋକେ। ନୂଆଗଡ଼ ବ୍ଲକ ଅଞ୍ଚଳର ଲୋକେ ପୋଡ଼ସି ଜିଲ୍ଲାକୁ କମ ଦୂରତା ସକାଶେ ବାଣିଜ୍ୟ ବ୍ୟବସାୟୀ କାରବାର କରିବାକୁ ଏହି ରାସ୍ତାରେ ହିଁ ନିର୍ଭର କରି ଯିବା ଆସିବା କରିଥାନ୍ତି।ଏହି ସୀମା ବର୍ତ୍ତି ଉପାନ୍ତ ଦୁର୍ଗମ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ ପ୍ରତି ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିବା ସହିତ ତତ୍ପରତା ଦେଖାଉ ନଥିବାରୁ ଅଞ୍ଚଳର ଜନ ସାଧାରଣଙ୍କ ଠାରୁ ଆରମ୍ଭ କରି ବୁଦ୍ଧିଜୀବି ମାନଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି। ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପକା ରାସ୍ତା ନିର୍ମାଣ କରିବା ଦାବି କରିଛନ୍ତି ଅଞ୍ଚଳ ବାସି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ