ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଅଖିଳ ଭାରତ କୃଷକ ସଭା ଗଞ୍ଜାମ ଜିଲ୍ଲା ପରିଷଦ ପକ୍ଷରୁ ଗଂଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ୧୬ଦଫା ଦାବୀ ପତ୍ର ପ୍ରଦାନ କରିଛନ୍ତି । ପରିସ୍ଥିତିକୁ ନଜରରେ ରଖି ଜିଲ୍ଲାରେ ଆବଶ୍ୟକ ପରିମାଣର ବିହନ, ସାର, କୀଟନାଶକ ମହଜୁଦ ରଖାଯିବା, ଚାଷୀ ଚାହୁଁଥିବା ସାର କିଟନାଶକ ସୁଲଭ ମୁଲ୍ୟରେ ଯୋଗାଇ ଦିଆଯିବା, ଚଢାଦରରେ ବିକ୍ରି ଅଭିଯୋଗ ଗୁଡିକର ତତ୍କାଳ ତଦନ୍ତ କରି କଠୋର ଆଇନଗତ ପଦକ୍ଷେପ ନିଆଯିବା, କେନାଲ ଓ ଉଠାଜଳସେଚନ ପଏଣ୍ଟ ଗୁଡକର ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବା, କେନାଲର ଶେଷଭାଗ ଯାଏଁ ଜଳ ଯୋଗାଣକୁ ସୁନିଶ୍ଚିତ କରାଯିବା, ଗ୍ରୁପ ଡିପ୍ ବେରୱେଲ ଗୁଡିକର ମରାମତି ନିମନ୍ତେ ଚାଷୀ ମାନଙ୍କୁ ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦିଆଯିବା, ବନ୍ୟାଜଳ ନିଷ୍କାସନ ପାଇଁ ଆଗୁଆ ପଦକ୍ଷେପ ନିଆଯିବା, କୃଷି ଋଣ ଯୋଗାଣ ନେଇ ଜିଲ୍ଲାରେ ଥିବା ବ୍ୟାଙ୍କ ଗୁଡିକ ନେଇଥିବା ଧାର୍ଯ୍ୟ ଲକ୍ଷ୍ୟ ପୂରଣ ନିମନ୍ତେ କଡା ନିର୍ଦ୍ଦେଶ ଦିଆଯିବା, ଭାଗଚାଷୀଙ୍କୁ ଚାଷିର ମାନ୍ୟତା ଏବଂ ଚାଷି ପାଉଥିବା ସମସ୍ତ ବ୍ୟାଙ୍କ ଓ ସରକାରୀ ସୁବିଧା ଭାଗ ଚାଷିଙ୍କୁ ପ୍ରଦାନ ନିମନ୍ତେ ଏକ ଭାଗଚାଷୀ ସୁରକ୍ଷା ଆଇନ ପ୍ରଣୟନ କରାଯିବା, ଜିଲ୍ଲାରେ ସଂଗୃହିତ ହେବାକୁ ଥିବା ଧାନର ପରିମାଣକୁ ଲକ୍ଷ୍ୟରେ ରଖି ଗୋଦାମ ନର୍ମାଣ କରାଯିବା ବା ଭଡା ସୁତ୍ରରେ ଗୋଦାମ ନିଆଯାଇ ମିଲର ମାନଙ୍କ ଉପରେ ଥିବା ନିର୍ଭରଶୀଳତାକୁ କମ କରାଯିବା ଭଳି ବିଭିନ୍ନ ଦାବି ନେଇ ଅଖିଳ ଭାରତ କୃଷକ ସଭାର ଗଞ୍ଜାମ ଜିଲ୍ଲା ସମ୍ପାଦକ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ବହୁ କର୍ମକର୍ତ୍ତା ଓ ଚାଷୀ ମାନେ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲପାଳ ଶ୍ରୀ ପୃଷ୍ଟିଙ୍କୁ ଚାଷୀଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଛି । ଏହି ଦାବି ପତ୍ର ପ୍ରଦାନ ବେଳେ ଅଖିଳ ଭାରତ କୃଷକ ସଭାର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀ ହର୍ଷ ରଥ, କାର୍ଯ୍ୟକାରୀ ସଭାପତି ରଙ୍କନାଥ ସ୍ୱାଇଁ, ସାଂଗଠନିକ ସମ୍ପାଦକ ନିଳକଣ୍ଠ ଦାଶ, ଉପସଭାପତି ଶରତ ପଟ୍ଟନାୟକ, ସହ ସମ୍ପାଦକ ସତ୍ୟ ନାରାୟଣ ମହାପାତ୍ର ଓ ଗୋପାଳ ଭୁୟାଁ, ପ୍ରକାଶ ଚନ୍ଦ୍ର ବେହେରା, ପୂର୍ଣ୍ଣ ରଥ, ବି. ଦଣ୍ଡପାଣି ପାତ୍ର, କେ. ରାମେୟା ପାତ୍ର, କେ. ମୁନା ପାତ୍ର, ସନ୍ତୋଷ କୁମାର ଗୌଡ ଓ ଗଣେଷ ନାହାକଙ୍କ ସମେତ ବହୁ କର୍ମକର୍ତ୍ତା ଓ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ