ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ମୋ ଘର ଯୋଜନାରେ ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ବ୍ଯାଙ୍କ ରୁଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବI କାର୍ଯ୍ୟକ୍ରମ ବୁଧବାର ଆରମ୍ଭ କରାଯାଇଅଛି I ଗଞ୍ଜାମ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡା ଜିଲ୍ଲାର ପ୍ରଥମ ହିତାଧିକାରୀଙ୍କୁ ତିନି ଲକ୍ଷ ଟଙ୍କା ଅଟକଳ ମୂଲ୍ଯରେ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିଞ୍ଜିଳୀକIଟୁ ବ୍ଲକ ର ବୁରୁପଡା ପଞ୍ଚାୟତର ପୋଡଙ୍ଗି ଗ୍ରାମର ହିତାଧିକାରୀ ସୁମତି ଦାସଙ୍କୁ ପ୍ରଥମ କିସ୍ତି ରାଶି ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି I ଏହି ରାଶି ହିଞ୍ଜିଳୀକIଟୁ ବ୍ଲକ ଜରିଆରେ ଭାରତୀୟ ଷ୍ଟେଟ ବ୍ଯାଙ୍କ ହିଞ୍ଜିଳୀକIଟୁ ଶାଖା ତରଫରୁ ପ୍ରଦାନ କରାଯାଇଛି I ଏହି ଯୋଜନାରେ ସାମିଲ ହୋଇ ଲାଭ ପାଇବାକୁ ଯାଉଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ହିତାଧିକାରୀ ସୁମତି ଦାସ I ଏହି ରାଶି ପାଇ ଖୁସି ପ୍ରକଟ କରି ସୁମତି ଦାସ ଜଣାଇଛନ୍ତି ଯେ, ବ୍ଯାଙ୍କ ରୁଣ ସହ ସରକାରଙ୍କ ସବସିଡି ରାଶିକୁ ନେଇ ଯଥା ଶୀଘ୍ର ଗୃହ ନିର୍ମାଣ ଶେଷ କରିବେ ଓ ବ୍ଯାଙ୍କ ରୁଣ ମଧ୍ୟ ଠିକ ସମୟ ପୂର୍ବରୁ ପରିଶୋଧ କରିବେ I ଆଗରୁ ରାଜ୍ୟ ସରକାରଙ୍କ ଠାରୁ ଗ୍ରାମ କଣ୍ଟ ପଟ୍ଟା ପାଇଥିବା ସୁମତି ଆଜି ରାଜ୍ୟ ସରକାରଙ୍କ ସହାୟତାରେ ଗୃହ ନିର୍ମାଣ ପାଇଁ ସହାୟତା ପାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ Iଆଜିର ଏହି ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ କୀର୍ତି ଭାଷନ ଭି , ହିଂଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତା କୁମାର ଜେନା, ହିଂଜିଳି କାଟୁ ଷ୍ଟେଟ ବ୍ଯାଙ୍କ ଶାଖା ପରିଚାଳକ ସୌମ୍ଯ କାନ୍ତ ପଟ୍ଟନାୟକ, ବ୍ଯାଙ୍କ କ୍ଷେତ୍ର ଅଧିକାରୀ ସୁଶାନ୍ତ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ