ପୋଲସରା ଗୁଳିକାଣ୍ଡ ଘଟଣା ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଳକ ଛକ ସାମ୍ନାରେ ହୋଇ ଥିବା ଗତକାଲି ଗୁଳିକାଣ୍ଡ କୁ ନେଇ ଆଜି ଅପରାହ୍ନ ୪ ଘଣ୍ଟା ସମୟରେ ସାଇଣ୍ଟିଫିକ୍ ଟିମ ଘଟଣା ଘଟିଥିବା ସନ୍ତୋଷଙ୍କ ଭଡ଼ା ଘରକୁ ଯାଇ ତଦନ୍ତ କରିବା ସହିତ ଘର ଭିତରୁ ରକ୍ତ ଜୁଡୁବୁଡୁ ହୋଇଥିବା ବେଡ଼ ସିଟ୍ ,ଏକ ନାଇଟ ଡ୍ରେସ ସହିତ ଅନ୍ୟାନ୍ୟ ଜିନିଷ ପତ୍ର ଜବତ କରିଛି ସାଇଣ୍ଟିଫିକ୍ ଟିମ୍।ଅନ୍ୟ ପଟେ ପୋଲସରା ପୋଲିସ ବୁଗୁଡା ବ୍ଳକ ବାଲିପଦର ଫାଣ୍ଡି ଅନ୍ତର୍ଗତ ଝୋଲୋରୀ ଗ୍ରାମର ଅଭିଯୁକ୍ତ ପ୍ରଶାନ୍ତ ବେହେରା କୁ ଗତକାଲି ବିଶେଷ ସୂତ୍ରରୁ ଖବର ପାଇ ହିଞ୍ଜିଲିକାଟୁ ଥାନା ଅଞ୍ଚଳ ରୁ ଧରିଥିଲେ ଏବଂ ତା ଠାରୁ ଗୋଟିଏ ପିସ୍ତଲ ୨୩ ଗୋଟି ଜୀବନ୍ତ ଗୁଳି, ଦୁଇ ଗୋଟି ଖୋକା ସହିତ ଗୋଟିଏ ଛୁରୀ ଏବଂ ଏକ ମୋବାଇଲ କୁ ଜବତ କରିଥିବା ବେଳେ ୪୦୭/୨୩ ଏକ ମାମଲା ରୁଜୁ କରି ଆଜି ସନ୍ଧ୍ୟା ସମୟରେ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଙ୍କ ଠାରୁ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ