ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ବନ ମହୋତ୍ସବ ପାଳିତ

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁବାର ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ଦିଗପହଣ୍ଡି ନଗର ଆଞ୍ଚଳିକ ସାଧନ କର୍ମୀ ଅନିଲ କୁମାର ଦାସ ଅତିଥି ଭାବେ ଯୋଗଦେଇ ବୃକ୍ଷ ଚାରା ରୋପଣର ଉପାଦେୟତା ସମ୍ପର୍କରେ ଉପସ୍ଥିତ  ଛାତ୍ରୀ ଛାତ୍ର ଙ୍କୁ ସଚେତନ କରାଇଥିଲେ । ସେହିପରି ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ।  ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାମନ୍ଦିର ର ସ୍କାଉଟ ଓ ଜାତୀୟ ସବୁଜ ସୁରକ୍ଷା ବାହିନୀର ଛାତ୍ରମାନେ ବିଦ୍ଯାଳୟ ପ୍ରାଙ୍ଗଣରେ ବୃକ୍ଷ ଚାରା ରୋପଣ କରିଥିଲେ । ସବୁଜ ବାହିନୀ ପ୍ରମୁଖ ତଥା ଆଚାର୍ଯ୍ୟ ସରୋଜ ରଥ ଓ ସ୍କାଉଟ ପ୍ରମୁଖ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀ ପ୍ରଜ୍ଞା ରାଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସମସ୍ତ ଆଚାର୍ଯ୍ୟା ଆଚାର୍ଯ୍ୟ  ସହଯୋଗ  କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ