ଭାଉଜଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁର୍ଷ୍କମ ଅଭିଯୋଗ, ଦିଅର ଗିରଫ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ବିବାହିତା ମହିଳାଙ୍କୁ ବିବାହର ପ୍ରଲୋଭନ ଦେଖାଇ ଦୁର୍ଷ୍କମ କରିବା ଅଭିଯୋଗରେ ପୀଡ଼ିତାଙ୍କ ଦିଅରଙ୍କୁ ହିଞ୍ଜିଳି ପୋଲିସ ଗିରଫ କରିଛି । ଗିରଫ ଜଣଙ୍କ ଅନିଳ କୁମାର ଡାକୁଆ । ଏ ନେଇ ହିଞ୍ଜିଳି ଥାନା କେସ ନମ୍ବର ୩୬୧/୨୩ ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ପୁଲିସ ସୁତ୍ରରୁ ପ୍ରକାଶ । ପ୍ରକାଶ ଯେ, ଗତ ମାସରେ ହିଞ୍ଜିଳି ଥାନା ଅଞ୍ଚଳର ଜୈନିକା ବିବାହିତା ମହିଳାଙ୍କୁ ତାଙ୍କ ଦିଅର ବିବାହ କରିବାର ପ୍ରଲୋଭନ ଦେଖାଇ ବଳପୂର୍ବକ ଦୁର୍ଷ୍କମ କରିଥିଲେ । ଦୁର୍ଷ୍କମ କରିବା ପରେ ଦିଅର ଜଣଙ୍କ ସମ୍ପର୍କୀୟଙ୍କ ଗ୍ରାମ ନବରଙ୍ଗପୁର ଚାଲି ଯାଇଥିଲେ । ଅନିଳ ଗ୍ରାମକୁ ନଫେରିବାରୁ ଘଟଣା ନେଇ ପିଡୀତା ଜଣଙ୍କ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ବୁଧବାର ଅଭିଯୁକ୍ତଙ୍କୁ ନବରଙ୍ଗପୁର ଅଞ୍ଚଳରୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । ପ୍ରକାଶ ଥାଉକି, ପିଡୀତା ଓ ତାଙ୍କ ସ୍ବାମୀଙ୍କ ମଧ୍ୟରେ ମନମାଳିନ୍ୟ ହୋଇଥିବାରୁ ଦିଅର ଜଣଙ୍କ ଏହାର ସୁଯୋଗ ନେଇ ବିବାହର ପ୍ରଲୋଭନ ଦେଖାଇ ଭାଉଜଙ୍କୁ ବଳପୂର୍ବକ ଦୁର୍ଷ୍କମ କରିଥିଲେ ।