ଘରେ ଘରେ ହେଲା କବାଟ ପୂଜା

ନିମାପଡ଼ା, (ସନ୍ତୋଷ ଦାଶ):ଆମ ଓଡିଆ ସଂସ୍କୃତି ରେ ବାର ମାସରେ ତେର ପର୍ବ ପାଳିତ ହୋଇଥାଏ। ତା ମଧ୍ୟରୁ କର୍କଟ ସଂକ୍ରାନ୍ତି ବା ଦକ୍ଷିଣାୟନ ସଂକ୍ରାନ୍ତି ଅନ୍ୟତମ। ଆଜି ସେଇ ତିଥି।ପରମ୍ପରା ଅନୁସାରେ ଘରେ ଘରେ ଥିବା ରୋଷେଇ ଘର କବାଟ ରେ ପୂଜା ପାଇଛନ୍ତି ମା ଅଲକ୍ଷ୍ମୀ। ଆଜି ଠାରୁ ସୂର୍ଯ୍ୟ ଙ୍କର ଦକ୍ଷିଣ ଦିଗକୁ ଗମନ ହୋଇଥାଏ। ଏହି ଦିନ ପୁରୀ ଶ୍ରୀମନ୍ଦିର ରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ନିକଟରେ ଦକ୍ଷିଣାୟନ ବନ୍ଦାପନା ଓ ନୀତି ଅନୁଷ୍ଠିତ ହୋଇଥାଏ ବୋଲି ଶ୍ରୀ ଜଗନ୍ନାଥ ଙ୍କ ପୂଜା ନୀତି ପୁସ୍ତକ ରେ ବର୍ଣ୍ଣିତ ହୋଇଛି। ଅପର ପକ୍ଷରେ ପ୍ରତି ଓଡ଼ିଆ ପରିବାର ରେ ଆଜି ରୋଷେଇ ଘର କବାଟ ରେ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ଓ ମା ଅଲକ୍ଷ୍ମୀ ଙ୍କ ମୂର୍ତ୍ତି ଅଙ୍କାଯାଇ ସେଇ ମୂର୍ତ୍ତି ନିକଟରେ ସଂଖୁଡ଼ି ଭୋଗ ଲାଗି କରାଯାଇଛି। ମା ଅଲକ୍ଷ୍ମୀ ହେଉଛନ୍ତି ଲକ୍ଷ୍ମୀ ଠାକୁରାଣୀ ଙ୍କ ବଡ଼ ଭଉଣୀ। ବର୍ଷକରେ ଥରେ ଆଜି ତାଙ୍କ ମୂର୍ତ୍ତି ଦକ୍ଷିଣାଭିମୁଖୀ ଘର ର ରୋଷେଇ ଘର କବାଟ ରେ ଅଙ୍କାଯାଇ ତାଙ୍କୁ ପୂଜା ଓ ଭୋଗଲାଗି କରାଯାଇଥାଏ। ଏହା କଲେ ଗୃହ ର ଅନିଷ୍ଠ ଦୂର ହେବା ସହିତ ମା ଲକ୍ଷ୍ମୀ ଙ୍କ ଅପାର କରୁଣା, ଆଶ୍ରିବାଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଦକ୍ଷିଣାୟନ ସଂକ୍ରାନ୍ତି ପରେ ପରେ ରାଜ୍ୟ ର ପୁରପଲ୍ଲୀ ରେ ବିଭିନ୍ନ ପର୍ବ ପର୍ବାଣୀ ଆରମ୍ଭ ହୋଇ ଯାଇଥାଏ। ଏହାକୁ ନେଇ ଓଡ଼ିଆ ରେ ଏକ ଢେଗ ଶୁଣାଯାଏ। ତାହା ହେଲା – ଆଇଲା ଦକ୍ଷିଣୀ ନାନୀ …. ସବୁ ପରବ ସାଙ୍ଗରେ ଘେନି। ଦକ୍ଷିଣାୟନ ସଂକ୍ରାନ୍ତି ରେ ସମଗ୍ର ପୁରୀ ଜିଲ୍ଲା ର ପୁରପଲ୍ଲୀ ରେ ଅନୁଷ୍ଠିତ ହୋଇଛି କବାଟ ପୂଜା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ