ଅଳ୍ପକେ ବର୍ତ୍ତିଲା ମେମୋ ଟ୍ରେନ

ବାଲେଶ୍ଵର, (ସରୋଜ ପଣ୍ଡା):ମଙ୍ଗଳବାର ଦିନ ପ୍ରାୟ ୧୨ ଟା ସମୟରେ ଭଦ୍ରକ ରୁ ଖଡ଼ଗପୁର ଅଭିମୁଖେ ଯାଉଥିବା ମେମୋ ଟ୍ରେନ ବରୁଣସିଂ ନୀଳଗିରି ରୋଡ ଷ୍ଟେସନ ଠାରେ ପହଞ୍ଚିଥିଲା।ନୀଳଗିରି ରୋଡ ଷ୍ଟେସନ ରୁ ଟ୍ରେନ ଛାଡ଼ିବା ମାତ୍ରେ ମୁଖ୍ୟ ଲାଇନ୍ ରୁ ଲୁପ୍ ଲାଇନ୍ କୁ ସିଗ୍ନାଲ ଦର୍ଶା ଯାଇଥିବା ବେଳେ ପ୍ରକୃତରେ ମୁଖ୍ୟ ଲାଇନ ର ଲୁପ ଲାଇନ କୁ ରେଳ ତକ୍ତା ସଂଯୋଗ କରିନଥିଲା।ଏହା ଲୋକ ପାଇଲଟ ପ୍ରଶାନ୍ତ କୁମାର ପଣ୍ଡାଙ୍କ ଦୃଷ୍ଟି ହେବାରୁ ମେମୋ ଟ୍ରେନ ତଥା ଯାତ୍ରୀଙ୍କ ମୂଲ୍ୟବାନ ଜୀବନକୁ ରକ୍ଷା କରିବା ପାଇଁ ଟ୍ରେନ ରେ ଥିବା ଜରୁରୀକାଳୀନ ବ୍ରେକ କୁ ବ୍ୟବହାର କରି ଟ୍ରେନକୁ ଅଟକାଇଥିଲେ।ଫଳରେ ଟ୍ରେନ ଟି ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚିଯାଇଥିଲା।ଏବଂ ଶହଶହ ଜୀବନ ଦୁର୍ଘଟଣାରୁ ରକ୍ଷା ପାଇଯାଇଛି।ଲୋକ ପାଇଲଟଙ୍କ ଏଭଳି ଉପସ୍ଥିତ ବୁଦ୍ଧି କୁ ସବୁରୀ ମହଲରେ ଭୂୟସୀ ପ୍ରଶଂସା କରିବା ସହ ବାଲେଶ୍ଵର ରେଲୱେ ଷ୍ଟେସନ ଠାରେ ବିଭାଗ ପକ୍ଷରୁ ଲୋକ ପାଇଲଟ ଏବଂ ଗାଡସାହେବଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ