ସରକାରୀ ଆବାସ ଯୋଜନା ରେ ବ୍ୟାପକ ଦୁର୍ନୀତି
ବାଲେଶ୍ଵର, (ସରୋଜ ପଣ୍ଡା):କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀ ଚୟନ ଓ ହିତାଧିକାରୀ ମାନଙ୍କୁ ବାସଗୃହ ନିର୍ମାଣ ପାଇଁ ସହାୟତା ଅର୍ଥ ପ୍ରଦାନରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ବାଲେଶ୍ଵର ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଆଜି ଜିଲ୍ଲାପାଳଙ୍କୁ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଦାବି ଗୁଡ଼ିକ ମଧ୍ୟରୁ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀ ମାନଙ୍କ ନାମ ସାମିଲ କରିବା,ଭୂମିହୀନ ଙ୍କୁ ଚିହ୍ନଟ କରି ତୁରନ୍ତ ପଟ୍ଟା ପ୍ରଦାନ କରିବା,ସରକାରୀ ଓ ପି ଓ ମାନଙ୍କୁ ଦାୟିତ୍ଵ ଦେଇ ଆବାସ ତାଲିକା ନିର୍ଭୁଲ ପ୍ରସ୍ତୁତ କରିବା ଆଦି ପ୍ରମୁଖ ଦାବି କରିଥିଲେ।ତେବେ ଆବାସ ଯୋଜନାରେ ହୋଇଥିବା ମହାଦୁର୍ନୀତି ର ତଦନ୍ତ ଏବଂ ପ୍ରକୃତ ହିତାଧିକାରୀଙ୍କୁ ଆଗାମୀ ୧୦ଦିନ ମଧ୍ୟରେ ଘର ଦେବାର ବ୍ୟବସ୍ଥା ନକଲେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ କୁମାର ଦାସ ଙ୍କ ନେତୃତ୍ୱରେ ତୁଷାରକାନ୍ତି ତପସ୍ୱୀ,ମାନସ କୁମାର ନାୟକ,ଭବାନୀ ଦାସ,ତୁଷାର ଦାସ,ସୁଜିତ୍ କୁମାର ଗିରି,ଯୋଷବନ୍ତ୍ ସେଠୀ, ଅଙ୍କିତ ଓଝା,ପ୍ରଣବ କୁମାର ରାଜ ପ୍ରମୁଖ ଯୋଗ ଦେଇ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି,ଯୁବ ନେତା ସରୋଜ ଲେଙ୍କା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ।