ଫାଇଲେରିଆ ଦୂରୀକରଣ ନିମନ୍ତେ ସମନ୍ୱୟ କମିଟିର ଦ୍ଵିତୀୟ ବୈଠକ

ବୁଗୁଡା/ପୋଲସରା, (ଅନିଲ କୁମାର ମହାରଣା):ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜୁଲାଇ ୧୯ ତାରିଖ ଦିନ ବ୍ଲକ ସ୍ତରୀୟ ସମନ୍ୱୟ କମିଟି ବୈଠକ ସହ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀଙ୍କ ସଭାପତିତ୍ୱରେ ସଭକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ବୁଗୁଡା ବିଡ଼ିଓ ବାସୁଦେବ ନାୟକ, ମେଡିକାଲ ବିପିଏମ ବିଶ୍ଵଜିତ ପ୍ରଧାନ, ମାଣିତରା ଡାକ୍ତର ଦୁର୍ଗାପ୍ରସାଦ ବିଶ୍ୱାଳ, ବାଲିପଦର ଡାକ୍ତର ଅଂଶୁ ଦାଶ, ସିଡିପିଓ ବବିତା କୁମାରୀ ପଣ୍ଡା, ବିଇଓ ଚିନ୍ମୟ ମହାପାତ୍ର, ଏବିଇଓ ସୀମାଞ୍ଚଳ ସେଠୀ, ବୁଗୁଡା ମେଡିକାଲ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। ଏହି ବୈଠକରେ ବିଶେଷ କରି ଫାଇଲେରିଆ ନିରାକରଣ ପାଇଁ ଆଲୋଚନା ହୋଇଥିଲା। ଏଥିସହ ଡେଙ୍ଗୁ ଓ ମ୍ୟାଲେରିଆ ବିଷୟ ନେଇ ମଧ୍ୟ ଆଲୋଚନା ହୋଇଥିଲା। ବୈଠକ ପରେ ପାରାମେଡିକ କର୍ମଚାରୀ ବୃନ୍ଦଙ୍କୁ ନେଇ ଫାଇଲେରିଆ, ଡେଙ୍ଗୁ ଓ ମ୍ୟାଲେରିଆ ଦୂରୀକରଣ ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ