ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନା ୫ ଲକ୍ଷକୁ ବୃଦ୍ଧି

ନିମାପଡ଼ା, (ସନ୍ତୋଷ ଦାଶ):ସାରା ରାଜ୍ୟରେ କାର୍ଯ୍ୟରତ ୮୬୧୭ ଜଣ ସାମ୍ବାଦିକ ଓ ସେମାନଙ୍କ ପରିବାରକୁ ଗୋପବନ୍ଧୁ ସ୍ୱାସ୍ଥ୍ୟବୀମା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଚିକିତ୍ସା ଖର୍ଚ୍ଚ ବାବଦକୁ ମାତ୍ର ୨ ଲକ୍ଷ ଥିବାବେଳେ ରାଜ୍ୟର ସର୍ବପୁରାତନ ସାମ୍ବାଦିକ ସଂଘ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତି ଭୂଷଣ କର ଦୀର୍ଘ ଦିନ ଧରି ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ ।ଗତ ମଙ୍ଗଳବାର ଦିନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଦାବୀ ଗୁଡିକୁ ସମୀକ୍ଷା କରି ସ୍ୱତନ୍ତ୍ର ପୋର୍ଟାଲ ଉଦଘାଟନ କରିବାସହିତ ପ୍ରତ୍ୟେକ ସାମ୍ବାଦିକ ଏବଂ ତାଙ୍କ ପରିବାରଙ୍କ ପାଇଁ ୫ ଲକ୍ଷ ଟଙ୍କାର ବୀମା ଅନୁଦାନ ଘୋଷଣା କରିଛନ୍ତି ।ଏଥିପାଇଁ ଉତ୍କଳ ସାମ୍ବାଦିକ ସଂଘ ଅନୁବନ୍ଧିତ କାକଟପୁର ପ୍ରେସ କ୍ଲବ ଓ ଚାରିଛକ
ସାମ୍ୱାଦିକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସଂଘର ରାଜ୍ୟ ସଭାପତି ବିଭୁତି ଭୁଷଣ କରଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ରାଜ୍ୟ ସଂଘ ପକ୍ଷରୁ ସାମ୍ବାଦିକ ମାନଙ୍କ ପାଇଁ ସ୍ୱତନ୍ତ୍ର ପେନସନ ଯୋଜନା, ସାମ୍ବାଦିକ ସୁରକ୍ଷା ଆଇନ, ସ୍ୱାସ୍ଥ୍ୟବୀମାରେ ଅନ୍ତର୍ଭୁକ୍ତ ଏବଂ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ସହିତ ବିଜୁ ସ୍ୱାସ୍ଥ୍ୟ ବୀମାକୁ ସରଳିକରଣ ଆଦି ଦାବୀ ଗୁଡିକୁ ତୁରନ୍ତ ବିଚାରକୁ ନିଅନ୍ତୁ ବୋଲି ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀ କର ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ