ପୋଖରୀ ରେ ବୁଡି ଜଣେ ଅଙ୍ଗନବାଡି ଶିଶୁ ମୃତ

କରଞ୍ଜିଆ, (ଜିତେନ୍ଦ୍ର ରାଜ):ପୋଖରୀ ରେ ବୁଡି ଜଣେ ଅଙ୍ଗନବାଡି ଶିଶୁ ମୃତ ଜଣେ ଗୁରୁତର କରଞ୍ଜିଆ,ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ କେଶଡ଼ିହା ଗ୍ରାମପଞ୍ଚାୟତ ଖେଡ଼ିଆପୋଷି ଗ୍ରାମରେ ଗୁରୁବାର ଦିନ ଅଙ୍ଗନବାଡି ରୁ ଛୁଟି ହୋଈ ଘରକୁ ଫେରୁଥିବା ବେଳେ ପୋଖରୀ ରେ ବୁଡି ଯାଇ ଜଣେ ଶିଶୁର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ଶିଶୁ ଗୁରୁତର ଅବସ୍ଥା ରେ ଚିକିତ୍ସିତ ହେଉଥିବା ର ଜଣାଯାଇଛି।ମୃତ୍ୟୁବରଣ କରିଥିବା ଶିଶୁ ଜଣକ ଖେଡ଼ିଆପୋଷି ଗ୍ରାମର ଜୀବନ ନାଏକ ଙ୍କ ୫ ବର୍ଷ ର ପୁଅ ଶୁଭମ ନାଏକ ବୋଲି ଜଣା ପଡ଼ିଛି।ସେହିପରି ଗୁରୁତର ଥିବା ଶିଶୁ ଜଣକ ହେଲେ ସେହି ଗ୍ରାମର ଟିକିନା ପାଈଦା ଙ୍କ ୬ ବର୍ଷ ର ପୁଅ ଭୂମି ପଈଦା ବୋଲି ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ଦିନ ପ୍ରାୟ ୧୨.୩୦ ମିନିଟ ସମୟରେ ଗ୍ରାମରେ ଥିବା ଅଙ୍ଗନବାଡି ଛୁଟି ହୋଈ ଯାଇଥିଲା।୪/୫ ଜଣ ଶିଶୁ ବିଲ ହିଡ ରେ ଚାଲି ଚାଲି ଘରକୁ ଫେରୁଥିଲେ।ଫେରିବା ବାଟରେ ବିଲ ମଧ୍ୟରେ ଗୋଟିଏ ନୂଆ ପୋଖରୀ ଖୋଳା ଯାଇଥିଲା।ଯାଉଥିବା ଶିଶୁ ମାନଙ୍କ ମଧ୍ୟରେ ଏହି ଦୁଇ ଶିଶୁ ପୋଖରୀ ଭିତରକୁ ପଶି ଯାଇ ବୁଡି ଯାଇଥିଲେ।ବୁଡି ଯାଉଥିବା ଦେଖି ଅନ୍ୟ ଶିଶୁ ମାନେ ପାଟି କରିଥିଲେ।ପାଟି ଶୁଣି ଆଖ ପାଖ ରେ ଥିବା ଲୋକ ମାନେ ବୁଡି ଯାଇଥିବା ଦୁଇ ଜଣ ଶିଶୁ ଙ୍କୁ ଉଦ୍ଧାର କରିଥିଲେ।ପରିବାର ଲୋକେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିବା ବେକେ ସେଠାରେ ଡାକ୍ତର ଶୁଭମ କୁ ମୃତ ଘୋଷଣା କରିଥିଲେ।ଏବଂ ଅନ୍ୟ ଜଣେ ଶିଶୁ ଭୂମି ପାଇଦା ଙ୍କୁ ଡାକ୍ତର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ କୁ ସ୍ଥାନାନ୍ତର କରିଛନ୍ତି।ଖବର ପାଇ ଠାକୁରମୁଣ୍ଡା ସ୍ୱାସ୍ଥ୍ୟ କେନ୍ଦ୍ର କୁ ସିଡ଼ିପିଓ ପହଞ୍ଚିଛନ୍ତି। ସିଡ଼ିପିଓ ଙ୍କ ପ୍ରତିକ୍ରିୟା ଜେ ଛୁଟି ପରେ ଘରକୁ ଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ