ଦୁଷ୍କର୍ମ ଅଭିଯୋଗରେ ଦୋଷୀ କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ବାଲେଶ୍ଵର, (ସରୋଜ ପଣ୍ଡା):ଆଜି ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବାଲେଶ୍ଵରର ସ୍ଵତନ୍ତ୍ର ବିଚାରପତି ରଞ୍ଜନ କୁମାର ସୁତାର ଅଭିଯୁକ୍ତ ସୁବାଷ ମହାଳିକ ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ରେ ଦଣ୍ଡିତ କରିଛନ୍ତି।ଦୁଷ୍କର୍ମ ଅଭିଯୁକ୍ତ ଦୋଷୀ ସୁବାଷ ମଲ୍ଲିକ ନାମରେ ନାବାଳିକା ବାପାଙ୍କ ଅଭିଯୋଗ ମୂଳେ ସିମୁଳିଆ ଥାନାରେ ୧୬/୨୨ ରେ ଏକ ମାମଲା ରୁଜୁ ହୋଇଥିଲା । ୧୫ ଜଣ ସାକ୍ଷୀ ଓ ୧୮ ଟି ଦଲିଲ ଦସ୍ତାବିଜ କୁ ଆଧାର କରି ଦୋଷୀ ବିରୁଦ୍ଧରେ ୨୦ ବର୍ଷ କାରାଦଣ୍ଡ ସହ ୪ ହଜାର ଟଙ୍କା ଜୋରିମାନା ଅନାଦେୟ ଅଧିକ ୨ ବର୍ଷ ଜେଲ ଦଣ୍ଡ ରାୟ ଶୁଣାଇଛନ୍ତି କୋର୍ଟ । ଏହି ମାମଲାରେ ପୀଡ଼ିତାଙ୍କୁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ୪ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ମାମଲା ରେ ସରକାର ଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିଲେ ସ୍ଵତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଣବ କୁମାର ପଣ୍ଡା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ