୧୬ବର୍ଷ ହେଲା ବିଧବା, ହେଲେ ମିଳୁନି ଭତ୍ତା
ହାଟଡିହିି, (ବିକାଶ ବିଶ୍ୱାଳ):ରାଜ୍ୟ ଓ କେନ୍ଦ୍ର ସରକାର ସାମାଜିକ ସୁରକ୍ଷା ଯୋଜନାରେ ଗରିବ ବୃଦ୍ଧ, ବୃଦ୍ଧା , ବିଧବା, ଭିନ୍ନକ୍ଷମ ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରି ବଞ୍ଚିବାର ରାହା ଦେଖାଇବାକୁ ଯୋଜନା କରିଥିଲେବି ହାଟଡିହି ବ୍ଲକରେ ଏହି ଯୋଜନା ଏବେ ପ୍ରହସନ ପାଲଟିଛି । ବ୍ଲକରେ ଅନେକ ଗରିବ ବୃଦ୍ଧ,ବୃଦ୍ଧ, ଭିନ୍ନକ୍ଷମ ଓ ବିଧବା ମାନେ ଭତ୍ତା ପାଇବାପାଇଁ ୨/୩ବର୍ଷ ହେଲା ଚାହିଁ ବସିଥିଲେବି କିଛି ଦୁନ୍ନୀତି ଖୋର କର୍ମଚାରୀଙ୍କ ପାଇଁ ଯୋଜନାର ସୁଫଳ ପ୍ରକୃତ ହିତାଧିକାରୀ ମାନେ ପାଇପାରୁ ନାହାନ୍ତି । ପଢ଼ିଆରିପଲ୍ଲୀ ପଞ୍ଚାୟତ ପଢ଼ିଆରିପଲ୍ଲୀ ଗ୍ରାମର ଜଣେ ମହିଳା ୧୬ବର୍ଷ ହେଲା ବିଧବା ହୋଇଥବବାବେଳେ ଆଜି ପର୍ଯ୍ୟତ୍ତାଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଯାଇ ନାହିଁ । ଗ୍ରାମର ସ୍ୱର୍ଗତ ରଘୁନାଥ ପାତ୍ର ୨୦୦୭ ମସିହାରେ ମୃତୁ୍ୟବରଣ କରିଥିବାବେଳେ ତାଙ୍କ ବିଧବା ପତ୍ନୀ କମଳା ପାତ୍ରଙ୍କୁ ଆଜି ପର୍ଯ୍ୟନ୍ତ ଭତ୍ତା ଯୋଜନାରେ ସାମିଲ କରାଯାଇ ନାହିଁ । ସ୍ୱାମୀଙ୍କ ମୃତୁ୍ୟପରେ ସେ ବହୁତ ଦୁଖ କଷ୍ଟରେ ଚଳୁଛନ୍ତି । ସେ ଅନେକଥର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ଭତ୍ତା ଫର୍ମ ପୁରଣ କରିଦେବାପରେ କୌଣସି ସୁଫଳ ନମିଳିବାରୁ ସେ ବ୍ଲକରେ ଆସି ଭତ୍ତା ପାଇଁ ଆବେଦନ କରିଥିଲେ । ଏପରିକି ତାଙ୍କ ସ୍ୱାମୀଙ୍କ ମୃତୁ୍ୟ ପ୍ରମାଣପତ୍ର, ବ୍ୟାଙ୍କ ପାସବୁକ, ଆଧାରକାର୍ଡ, ଭୋଟର କାର୍ଡ ସବୁ ଦେଇ ୧୦ରୁ ୧୨ଥର ବ୍ଲକକୁ ଆସିଥିଲେବି ତାଙ୍କୁ ଭତ୍ତା ଖଣ୍ଡିଏ ମିଳିପାରିଲାନି । ହାଟଡିହି ବ୍ଲକରେ ହଜାର ହଜାର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦିଆଯାଉଥିବାବେଳେ ଏହି ବିଧବା ଜଣକ ଘର ପାଇବାରୁ ବଞ୍ଚିିତ ମଧ୍ୟ ହୋଇଛନ୍ତି । ବ୍ଲକରେ ଅନେକ ଲୋକ ଦୁଇ ତିନଟି ଲେଖାଏଁ ଆବାସ ଯୋଜନା ଘର ପାଇଥିବାବେଳେ ତାଙ୍କର ଘର ନଥିବପାରୁ ସେ ପର ଘରେ ବାସ କରୁଥିଲେବି ତାଙ୍କୁ ଆବାସ ଯୋଜନାରେ ଘର ଦିଆଗଲା ନାହିଁ । ରାଜ୍ୟ ସରକାର ଗରିବଙ୍କ ପାଇଁ ମାଳମାଳ ଯୋଜନା କରୁଥିବାବେଳେ ତାହା କଣ କେବଳ ଭାଷଣ ବାଜି ନା ବାସ୍ତବିକ ବୋଲି ସେ ପ୍ରଶ୍ନ କରିଛନ୍ତି । ଆନନ୍ଦପୁର ଉପଜିଲ୍ଲାପାଳ ତୁରନ୍ତ ତାଙ୍କୁ ଭତ୍ତା ଓ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ସେ ନିବେଦନ କରିଛନ୍ତି ।


