ମଣିପୁର ରାଜ୍ୟସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଜାରି କରିବାକୁ ଦାବି

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକଠାରେ ଓଡ଼ିଶା ଏସ୍‌ସି, ଏସ୍‌ଟି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଜଏଣ୍ଟ ଆକ୍ସନ କମିଟି ତରଫରୁ ସମ୍ପ୍ରତି ମଣିପୁରରେ ଅଣଆଦିବାସୀଙ୍କ ଦ୍ୱାରା ସଂଗଠିତ ହେଉଥିବା ହିଂସା ଓ ଆଦିବାସୀ ମହିଳାଙ୍କୁ ଗଣଦୁଷ୍କର୍ମ କରି ବିବସ୍ତ୍ର ଅବସ୍ଥାରେ ରାଜରାସ୍ତାରେ ଚଲାଇ ଚଲାଇ ନେବା ଘଟଣା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଏହି ଘଟଣାର ଦୃଢ ନିନ୍ଦା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଯୋଗଦେଇ ଏହା ମଣିପୁର ସରକାର ଓ କେନ୍ଦ୍ର ସରକାରଙ୍କ ଏକ ମିଳିତ ପ୍ରାୟୋଜିତ ହିଂସା ବୋଲି ମତ ଦେବା ସହିତ ଏହି ଘଟଣାରେ ମହାମହିମ ରାଷ୍ଟ୍ରପତି ତୁରନ୍ତ ହସ୍ତକ୍ଷେପ କରି ମଣିପୁର ସରକାରଙ୍କୁ ବରଖାସ୍ତ କରିବା ଓ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବୀ ରଖିଥିଲେ । ସେଠାରେ ସେନା ମୁତୟନ କରି ହିଂସା ପ୍ରତିହତ କରିବା ପାଇଁ ମଧ୍ୟ ଦାବି ହୋଇଥିଲା । ଏହି ଅବସରରେ ମଣିପୁର ଓ କେନ୍ଦ୍ରର ବିଜେପି ସରକାରଙ୍କ ମହିଳା ତଥା ଅନସୂଚିତ ଜାତି-ଜନଜାତି ବିରୋଧି କାର୍ଯ୍ୟକ୍ରମର ତୀବ୍ର ନିନ୍ଦା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଜଏଣ୍ଟ ଆକ୍ସନ କମିଟି ତରଫରୁ ସଂଗ୍ରାମ ମଲିକ, ଅଭିରାମ ମଲ୍ଲିକ, ଲିଟୁ ଦାସ, ମାନସ ଜେନା, ବିଭ୍ରାନ୍ତ ବିଶ୍ୱଜିତ, ଅରବିନ୍ଦ ମଲ୍ଲିକ, ଟିକିନା ପରିଡ଼ା, ତମନ୍ନା ଭୋଇ, ଅନିଲ ମଲ୍ଲିକ, ବନିତା ସାମଲ, ଆଡ଼ଭୋକେଟ ସୁଜାତା, ଫାଦର ଅଜୟ, ଯୁଗଳ କିଶୋର ରଣଜିତ, ଗଙ୍ଗାଧର ସେଠୀ ପ୍ରମୁଖ ଯୋଗଦେଇ ଏହି ଘଟଣାର ଦୃଢ ନିନ୍ଦା କରିଥିଲେ । ଏହି କାର୍ଯ୍ୟକ୍ରମରେ ଶତାଧିକ ପୁରୁଷ ଓ ମହିଳା ଯୋଗଦେଇ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ