ଓଡ଼ିଶା ଲଳିତ କଳା ଏକାଡ଼େମୀର ସମସାମୟିକ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ବାଲେଶ୍ବର, (ସରୋଜ ପଣ୍ଡା):ଓଡ଼ିଶା ଲଳିତ କଳା ଏକାଡ଼େମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ଆୟୋଜିତ “ସମସାମୟିକ” ରାଜ୍ୟ ସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀ, ଆଞ୍ଚଳିକ ଆର୍ଟ ଗ୍ୟାଲେରୀ, ସଂସ୍କୃତି ଭବନ, ବାଲେଶ୍ଵରଠାରେ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ଉଦଘାଟକ ରୂପେ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ପ୍ରଦର୍ଶନୀକୁ ଉଦ୍‌ଘାଟନ କରିବା ସହିତ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀମାନଙ୍କ ଦ୍ଵାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ରର ପ୍ରଶଂସା କରିଥିଲେ । ପ୍ରଦର୍ଶନୀରେ ଓଡ଼ିଶାର ୪୫ ଜଣ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଦ୍ଵାରା ଅଙ୍କିତ ଚିତ୍ରକଳା ସ୍ଥାନ ପାଇଛି । ଏହି ପ୍ରଦର୍ଶନୀ ରେ ସୁଦୃଶ୍ୟ ଘଟଣାବଳୀ, ଆଦିବାସୀ କଳା ଓ ସଂସ୍କୃତି, ସ୍ବାଧୀନତା ସଂଗ୍ରାମୀ, ପୁରାଣ କଥା, ଆଧୁନିକ ଶୈଳୀରେ ଆଙ୍କିତ ବିଭିନ୍ନ ଭାବନାକୁ ଶିଳ୍ପୀମାନେ ନିଜର ସୃଜନଶୀଳ ଢଙ୍ଗରେ ଅଙ୍କନ କରିଥିଲେ ଯାହା ମର୍ମସ୍ପର୍ଶୀ ହୋଇଥିଲା । ଏହି ଅବସରରେ ଓଡିଶା ଲଳିତ କଳା ଏକାଡେମୀ ର ସଚିବ ପଞ୍ଚାନନ ସାମଲ ପ୍ରଦର୍ଶନୀର ଆଭିମୂଖ୍ୟ ସମ୍ପର୍କରେ ଆଲୋକ ପାତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ବିନୀ ରାଉତ ଏହି ପ୍ରଦର୍ଶନୀ ଜିଲ୍ଲାର କଳାକାର ମାନଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ। ପ୍ରଦର୍ଶନୀ ଅବସରରେ ବାଲେଶ୍ଵରର ଚିତ୍ରଶିଳ୍ପୀ ତାପସ ପଣ୍ଡା, ନିକୁଞ୍ଜ ଦାସ, ପ୍ରତାପ ସିଂ,ନିତ୍ୟାନନ୍ଦ ସାହୁ,ବିଶ୍ବଜିତ ପ୍ରମାଣିକ,ପ୍ରତାପ ସିଂହ, ରକ୍ତଞ୍ଜୟ ନାୟକ,ଗୀତାଞ୍ଜଳି ବେହେରା,କବିତା ଦତ୍ତ,ସୌମିଆଶ୍ରୀ ଦାସ , କ୍ରିଷ୍ଣା ଦେବଗୋସ୍ବମୀ,ଦେବାଶିଷ ପତି ପ୍ରମୁଖ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀମାନେ ଉପସ୍ଥିତ ଥିଲେ । ପ୍ରଦର୍ଶନୀକୁ ଏକାଡ଼େମୀର ମରୁତ ରାଉତ ପରିଚାଳନା କରିଥିଲେ । ରମାକାନ୍ତ ସହଯୋଗ କରିଥିଲେ।ଏହି ପ୍ରଦର୍ଶନୀ ଜୁଲାଇ ୨୪ ତାରିଖରୁ ଅଗଷ୍ଟ ୧୦ ତାରିଖ ସକାଳ ୧୧ ଘଟିକା ରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ଚାଲିବ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ