ନୁଆଗାଁ ଗ୍ରାମରେ ହାତୀ ଉପଦ୍ରବ, ଦଳି ଚକଟି ନଷ୍ଟକଲା ଧାନ ତଳି
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ନୁଆଗାଁ ଗ୍ରାମକୁ ପୁଣି ଫେରିଛି ହାତୀ । ଗତ କିଛିଦିନ ପୁର୍ବରୁ ହାତୀଟି ହଦଗଡ ଜଂଗଲକୁ ପଳାଇଥିବାବେଳେ ଅଞ୍ଚଳବାସୀ ଆସ୍ୱସ୍ଥି ପ୍ରକାଶ କରିଥିଲେ । ମାତ୍ର ପୁନର୍ବାର ହାତୀଟି ହଦଗଡ ଜଂଗଲରୁ ପଳାଇ ଆସି ଗତକାଲି ରାତିରେ ନୁଆଁ ଗ୍ରାମରେ ଅନେକ ଚାଷୀଙ୍କ ଧାନତଳି ନଷ୍ଟ କରିଥବବା ଜଣାଯାଇଛି । ଗ୍ରାମର ଚାଷୀ ଅନ୍ତର୍ଯ୍ୟାମୀ ରାଉତ ୧୦ଏକରରୁ ଉର୍ଦ୍ଧ ବିଲରେ ଧାନ ରୋିବା ପାଇଁ ଧାନ ତଳି ପକାଇଥିବାବେଳେ ତାଙ୍କର ଧାନ ତଳିସବୁ ଦଳି ଚକଟି ନଷ୍ଟ କରିଦେଇଛି । ଯଦି ଆଉ କିଛିଦିନ ଏଠାରେ ହାତୀଟି ରୁହେ ତେବେ ବ୍ୟାପକ କ୍ଷୟକ୍ଷତି ଘଟାଇବ ବୋଲି ଗ୍ରାମବାସୀମାନେ ଆଶଙ୍କା କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ଆଜି ବନ ବିଭାଗକୁ ଜଣାଇ ତୁରନ୍ତ ହାତୀଟିକୁ ଜଂଗଲକୁ ଘଉଡାଇବାକୁ ପଦକ୍ଷେପ ନେବାକୁ ଦାବି କରିଛନ୍ତି ।