ଅସ୍ତରଙ୍ଗ ପୋଲିସ ଦ୍ୱାରା ୪ କୁଖ୍ୟାତ ଅପରାଧୀ ଗିରଫ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ପୋଲିସ କୁ ମିଳିଛି ବଡ ସଫଳତା । ଗୋପ ଅଂଚଳ ର ଚାରି କୁଖ୍ୟାତ ଅପରାଧୀଙ୍କୁ କାବୁ କରିଛି ଅସ୍ତରଙ୍ଗ ଥାନା ପୋଲିସ । ସୂଚନା ମୁତାବକ ଅଭିଯୁକ୍ତ ଶ୍ରୀମନ୍ତ ମାଝୀ, ସଂଗ୍ରାମ କେଶରୀ ପରିଡା, ଅନିଲ କୁମାର ଭଟ୍ଟ, ଚିତ୍ତ ରଞ୍ଜନ ସ୍ୱାଇଁ, ଏମାନେ ବିଗତ ଦିନରେ ବହୁ ଅପରାଧିକ ମାମଲାରେ ଜଡିତ ଥିଲେ ଓ ନିକଟରେ ଜେଲରୁ ଜାମିନରେ ମୁକୁଳି ଥିଲେ । ଜେଲରେ ଥିବା ସମୟରେ ଅସ୍ତରଙ୍ଗ ଅଂଚଳର କୁଖ୍ୟାତ ଆସାମୀ ମୁନା ବିଶ୍ୱାଳ ଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଥିଲା । ମୁନା ତିନି ବର୍ଷ ତଳେ ଅସ୍ତରଙ୍ଗ ବ୍ଲକ ଆଳସାହି ଭିମା ଛକରେ ହୋଇଥିବା ଦିଲୀପ ସ୍ୱାଇଁ ହତ୍ୟାକାଣ୍ଡ ର ମୁଖ୍ୟ ଆସାମୀ ଥିବାରୁ ଦୀର୍ଘ ତିନି ବର୍ଷ ଜେଲରେ ରହିବା ପରେ ବୁଧବାର ଜାମିନ ପାଇ ମୁକୁଳି ଥିବାରୁ ତାଙ୍କୁ ଏହି ବନ୍ଧୁମାନେ ନିମାପଡ଼ା ଜେଲ ଠାରୁ ଏକ (OD 13S-0780)ବୋଲେରୋ ଗାଡିରେ ଆଣି ଅସ୍ତରଙ୍ଗ ବଜାରରେ ଥିବା ଏକ ମଦ ଦୋକାନରେ ମଦ ପିଇବା ସହିତ ଜୋର୍ ଜବରଦସ୍ତ ବିଅର ପେଟି ଆଣିଥିଲେ ଓ ଦୋକାନ ରେ ଥିବା କର୍ମଚାରୀ ଙ୍କୁ ବଟି ମାଗିବା ଓ ସେମାନେ ନ ଦେବାରୁ ସେଠି ଏମାନେ ଗୁଣ୍ଡାଗିରି କରିବା ସହ ଡକାୟତି କରି ପଳାଇଯାଇଥିଲେ ।ଘଟଣା ସମ୍ପର୍କ ରେ ଦୋକାନ କର୍ମଚାରୀ ଜ୍ଞାନ ରଞ୍ଜନ ଛାଟୋଇ ଅସ୍ତରଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଅଭିଯୋଗ କୁ ଭିତ୍ତି କରି ଅସ୍ତରଙ୍ଗ ଥାନା ଅଧିକାରୀ ସଂଗ୍ରାମ କେଶରୀ ସ୍ୱାଇଁ ଙ୍କ ତତ୍ୱାବୋଧାନ ରେ ସବଇନିସପେକ୍ଟର ଦୀପକ ସାମନ୍ତ ସିଂହାର, ଏଏସଆଇ ପ୍ରଶାନ୍ତ ବିଶ୍ୱାଳ ପ୍ରଭୁତି ତଦନ୍ତ ଆରମ୍ଭ କରି ମୁନା ର ନିଜ ଗ୍ରାମ ଝାଡଲିଙ୍ଗ ଘରକୁ ଯାଇ ଚଢ଼ାଉ କରିବା ପରେ ଅନ୍ଧାର ରାତି ର ଫାଇଦା ଉଠାଇ ମୁଖ୍ୟ ଅପରାଧୀ ମୁନା ବିଶ୍ୱାଳ ଓ ତାଙ୍କ ସାନଭାଇ ଜଗା ବିଶ୍ୱାଳ ଘଟଣାସ୍ଥଳ ରୁ ଚମ୍ପଟ ମାରିଥିଲେ । ଅନ୍ୟ ଚାରିଜଣ ଅଚିହ୍ନା ଓ ଅଜଣା ଥିବାରୁ ସେମାନେ ଖସିଯିବା ପୂର୍ବରୁ ପୋଲିସ ସେମାନଙ୍କୁ କାବୁ କରିଥିଲା। ସେମାନଙ୍କୁ କାବୁକରି ଅସ୍ତରଙ୍ଗ ଥାନାକୁ ଗାଡ଼ିସହ ଆଣିବା ପରେ ଅପରାଧୀ ଙ୍କ ଠୁ ୬ ଟି ବିଅର ବୋତଲ ,୪ଟି ମୋବାଇଲ ଫୋନ, ୧ ଟି ଖଣ୍ଡା, ୧ ଟି ଛୁରୀ, ୧ ଟି ଲୁହା ରଡ଼ ଓ କିଛି ନଗଦ ଟଙ୍କା ସହ ସେମାନେ ବ୍ୟବହାର କରୁଥିବା ବୋଲେରୋ ଗାଡ଼ି ଜବତ କରିଥିଲା । ଅସ୍ତରଙ୍ଗ ଥାନା ପୋଲିସ ଧାରା ଆଇପିସି ୩୯୫ ରେ କେସ ନମ୍ବର ୧୨୫/୨୩ ଏକ ମାମଲା କରି ଏହି ଚାରି ଜଣଙ୍କୁ କୋର୍ଟ ଚାଲାଣ କରିଛି। ଅସ୍ତରଙ୍ଗ ଆଉ ଅନ୍ୟ ୨ ପ୍ରମୁଖ ଅପରାଧୀ ମୁନା ଓ ତାର ଭାଇ ଜଗା ବିଶ୍ୱାଳ କୁ ଧରିବା ପାଇଁ ଅସ୍ତରଙ୍ଗ ର ବିଭିନ୍ନ ଅଂଚଳ ରେ ଚଢାଉ ଜାରି ରଖିଛି ବୋଲି ଅସ୍ତରଙ୍ଗ ଥାନା ଅଧିକାରୀ ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ