ଓଡିଶା ବିରୋଧୀ ଆନ୍ଧ୍ର ମନ୍ତ୍ରୀଙ୍କୁ ଗଜପତି ବିଜେଡି ନେତା କଲେ ସମ୍ମାନିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ଗଙ୍ଗାପୁର ଓ ଆଖପାଖ ଗ୍ରାମଅଞ୍ଚଳରେ ଜଣେ ଆନ୍ଧ୍ର ମନ୍ତ୍ରୀ ଅନଧିକାର ଭାବେ ପ୍ରବେଶ କରି ଓଡିଶାର ଗ୍ରାମକୁ ହାତେଇବା ପାଇଁ ବିଭିନ୍ନ ପ୍ରୟାସ କରିବା ସହ ଓଡିଶାର ଗାଙ୍ଗପୁର ଠାରେ ଆନ୍ଧ୍ର ପ୍ରଦେଶର ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାର ଅପଚେଷ୍ଟ କରିଥିବା ସମ୍ପୃକ୍ତ ଓଡିଶା ବିରୋଧୀ ମନ୍ତ୍ରୀଙ୍କୁ ଗଜପତିର ବିଜେଡି ନେତାମାନେ ଗଡ଼ାଣିଆ ହୋଇ ତାଙ୍କୁ ସଂମ୍ମାନିତ କରିଥିବା ନେଇ ଗଜପତି କଂଗ୍ରେସ କମିଟି ଓ ବିଜେପି ଦଳ ତରଫରୁ ପ୍ରବଳ ବିରୋଧ କରାଯାଇଛି. ବିବାଦୀୟ ଆନ୍ଧ୍ର ମନ୍ତ୍ରୀଙ୍କୁ ସମ୍ବର୍ଧନା, ପ୍ରତିବାଦ ଜଣାଇଲା କଂଗ୍ରେସ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହାର ପ୍ରତିବାଦ ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା। ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରି ଅଧିକାରୀ ଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା , ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ ଯୋଡି ହୋଇଛି । ଆଜି ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍. ଭିର ରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକ ନିକଟକୁ ଆମନ୍ତ୍ରଣ କରି ଉପଢୌକନ ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ର ର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ’ଣ ରହିଛି ବୋଲି ପ୍ରଶ୍ନ କରିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ଆଜିର ସାମ୍ବାଦିକ ସମ୍ମିଳନୀ ରେ ବଳିଷ୍ଠ କଂଗ୍ରେସ ନେତା ପୂର୍ବତନ ଗୋଷାଣୀ ବ୍ଲକ୍ ଚେରମେନ ଜୟମହୋନ ରାଓ, ଅଭିମନ୍ୟୁ ପଣ୍ଡା ସମ୍ପାଦନା ଜିଲ୍ଲା କଂଗ୍ରେସ ତଥା ପୂର୍ବତନ ଉପାଧ୍ୟକ୍ଷ ପାରଳାପୈର ପରିଷଦ, ସଂଗ୍ରାମ ସାହୁ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି, ବସନ୍ତ କୁମାର ପଣ୍ଡା ଜିଲ୍ଲା ଉପ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ। ଠିକ ସେହିପରି ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଏହି ଘାଟଣା ନେଇ ପ୍ରବଳ ଉଦବେଗ ପ୍ରକାଶ କରିବା ସହ ଶାସକ ବିଜେଡି ଦଳର ନେତା ମାନଙ୍କର ଏଭଳି କାର୍ଯ୍ୟକ୍ରମକୁ ସମାଲୋଚନା କରିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ