ଭୋଟର ତାଲିକା ସଂଶୋଧନ ନେଇ ତାଲିମ ପ୍ରଦାନ
ବନ୍ତ, (ଚାନ୍ଦିନୀ ମହାନ୍ତି):ଚଳିତ ବର୍ଷ ଭୋଟର ତାଲିକା ସଂଶୋଧନ ନେଇ ୨ଟି ପର୍ଯ୍ୟାୟରେ ୧୩୯ ଜଣ ବି.ଏଲ୍.ଓ(ବୁଥ୍ ସ୍ତରୀୟ ଅଫିସର) ଓ ୧୩ ଜଣ ସୁପରଭାଇଜରଙ୍କୁ ତାଲିମ ପ୍ରଦାନ କରାଯାଇଛି । ଜୁଲାଇ ୨୧ ଠାରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ତାଲିମପ୍ରାପ୍ତ କର୍ମଚାରୀ ମାନେ ଘର ଘର ବୁଲି ଜନସଂଖ୍ୟା, ଭୋଟର, ନୂତନ ଭୋଟର, ସ୍ଥାନାନ୍ତର ହୋଇଥିବା ଭୋଟର, ମୃତ୍ୟୁବରଣ କରିଥିବା ଭୋଟର, ବିବାହିତ ଭୋଟର ମାନଙ୍କର ସମସ୍ତ ତଥ୍ୟ ସଂଗ୍ରହ କରିବେ । ୨୦୨୪ ମସିହା ଜାନୁଆରୀ ୧, ଏପ୍ରିଲ୍ ୧, ଜୁଲାଇ ୧, ଅକ୍ଟୋବର ୧ ମଧ୍ୟରେ ଯେଉଁ ମାନଙ୍କର ୧୮ ବର୍ଷ ପୂରଣ ହେଉଥିବ ସେମାନେ ଭୋଟର ହେବା ପାଇଁ ଆବେଦନ କରିପାରିବେ ବୋଲି ଜଣାଯାଇଛି ।


