୧୫ଲକ୍ଷ ଟଙ୍କାରେ ନିର୍ମିତ ପାର୍କରେ କେବଳଘାସ ବୁଦାରେ ପରିପୁର୍ଣ୍ଣ

ହାଟଡିହିି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକର ମରୈଗାଁ ଛକରେ ଥିବା ଏକ ନୟନଜୋରୀକୁ ବେନିୟମ ଭାବେ ପୋତି ସରକାରୀ ଅନୁଦାନରେ ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ କରି ପାର୍କ ନିର୍ମାଣ କରାଯାଇଥିବାବେଳେ ତାହା କେବଳ ଅନାବନା ଘାସରେ ପୁରି ରହିଛି । ଫଳରେ ସରକାରଙ୍କ ଏହି ଟଙ୍କା ପାଣିରେ ପଡିଥିବାବେଳେ ନୟନଜୋରୀକୁ ପୋତି ଦେଇଥିବାରୁ ତାହା ଏବେ ଜଳନିସ୍କାସନ ପାଇଁ ଚିନ୍ତାର କାରଣ ପାଳଟିଛି । ଖବରରୁ ଜଣାଯାଇଛି ଯେ ଗତ ତିନିବର୍ଷ ତଳେ ମରୈଗାଁ ଛକରେ ରାସ୍ତା କଡରେ ଥିବା ଏକ ନୟନଜୋରୀକୁ ମନରେଗା ଅନୁଦାନରେ ପୋତିଦେଇ ଏକ ପାର୍କ ନିର୍ମାଣ କରିଥିଲେ । ଏହାକୁନେଇ ସେତେବେଳେ ତୁମ୍ବିତୋଫାନ ହୋଇଥିଲା । ଉପଯୁକ୍ତ କାମ ନହୋଇ ଅନୁଦାନ ହଡପ କରାଯାଇଥିବା ଅଭିଯୋଗ ହେବାପରେ ବିଡିଓଙ୍କ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ତଦନ୍ତ କରାଯାଇଥିଲା । ପରେ ପୁଣି ଆଉକିଛି କାମ କରାଯାଇ ଏହାକୁ ପୁର୍ଣ୍ଣାଙ୍ଗ କରାଯାଇ କିଛି ଫୁଲ ଗଛ ଲଗାଯାଇ ଥିଲା । କିନ୍ତୁ ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ଏବେ ଘାସଲଟାରେ ପରିପୁର୍ଣ୍ଣ ହୋଇଯାଇଛି । ପାଖରୁ ଦେଖିଲେ ଏଠି ୧୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହୋଇ ପାର୍କ ହୋଇଥିବା କେହି କହିବେନି । ଅନ୍ୟପଟେ ଏହା ଏକ ନୟନଜୋରୀ ଥିବାବେଳେ ସେହି ନୟନଜୋରୀ ଦେଇ ବର୍ଷାଜଳ ନିସ୍କାସନ ହୋଇଥାଏ । କିନ୍ତୁ ଏହାକୁ ପୋତିଦେବାପରେ ଆଉ ବର୍ଷାଜଳ ନିସ୍କାସନ ହୋଇପାରୁ ନଥିବାରୁ ମରୈଗାଁ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଠିଆ ହୋଇ ରହୁଛି । ଫଳରେ ଲୋକମାନେ ଯାତାୟତ କ୍ଷେତ୍ରରେ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ଏନେଇ ପୁର୍ବତନ ବିଧାୟକ ଜୟଦେବ ଜେନା କହିଛନ୍ତି ଯେ ବେନିୟମ ଭାବେ ଏକ ନୟନଜୋରୀକୁ ପୋତାଯାଇ ଟଙ୍କା ହଡପ କରିବାପାଇଁ ଏହା କରାଯାଇଛି । ଯାହାଦ୍ୱାରା ସାଧାରଣ ଲୋକମାନେ ଅସୁବିଧା ଭୋଗ କରୁଛନ୍ତି । ସେହିପରି ବିଜେପିନେତା ଆଲୋକ ସେଠୀ ମଧ୍ୟ ଏପରି ଘଟଣାକୁ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରି ଏହାର ଦୃଢ଼ ବିରୋଧ କରିଛନ୍ତି । ଏହି ରାସ୍ତାଦେଇ ସମବାୟ ସମିତି, ଥାନା ଓ ପଞ୍ଚାୟତ କାର୍ଯ୍ୟାଳୟ ଭଳି ତିନୋଟି ଅଫିସକୁ ଯିବା ଆସିବା କରିବା ସହିତ ୫ଟି ପଞ୍ଚାୟତର ଲୋକମାନେ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । କିନ୍ତୁ ପାର୍କ ନିର୍ମାଣ ନାଁରେ ନୟନଜୋରୀକୁ ପୋତିଦେଇ ପାର୍କ ନିର୍ମାଣ କରିବା କେତେଦୁର ଯଥାର୍ଥ ବୋଲି ସେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଜଳନିସ୍କାସନର ବ୍ୟବସ୍ଥା କରିବା ସହିତ ରାସ୍ତାଟିକୁ ଯାତାୟତ ଉପଯୋଗୀ କରିବାକୁ ସମାଜସେବୀ ଭଗବାନ ରାଉତ ଦାବି କରିଛନ୍ତି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ