ପ୍ରଶ୍ନପତ୍ର ପ୍ରଘଟ ଘଟଣା ପୁଣି ୮ ଗିରଫ
ବାଲେଶ୍ୱର, (ସରୋଜ ପଣ୍ଡା):ଜେଇ ମେନ୍ସ (ସିଭିଲ) ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣାର ତଦନ୍ତର ତୃତୀୟ ପର୍ଯ୍ୟାୟରେ ୮ଜଣଙ୍କୁ ଗିରଫ କରାଯାଇଛି ବୋଲି ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି।ଶ୍ରୀମତୀ ନାଥ କହିଥିଲେ କି ଗତ ୧୬ ଜୁଲାଇ ରେ ଓଡ଼ିଶା ଜେଇ ମେନ୍ସ(ସିଭିଲ) ପରୀକ୍ଷା ପ୍ରଶ୍ନ ପତ୍ର ପ୍ରଘଟ ଘଟଣାରେ ସହଦେବଖୁଣ୍ଟା ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା।ଏଥିରେ ଦୁଇଟି ପର୍ଯ୍ୟାୟରେ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୭ ଜଣ ଅଭିଯୁକ୍ତ କୁ ଗିରଫ କରାଯାଇଥିଲା।ଗିରଫ ମାନଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯାଇ ତୃତୀୟ ପର୍ଯ୍ୟାୟରେ ପୁଣି ୮ ଜଣଙ୍କୁ ଗିରଫ କରାଯାଇଛି।ଗିରଫ ମାନଙ୍କ ମଧ୍ୟରୁ ଦୁଇଜଣ ବାଲେଶ୍ଵର ଜିଲ୍ଲାର ଶିକ୍ଷକ ବୋଲି ଏସପି ସୂଚନା ଦେଇଥିଲେ। ଗିରଫ ଅଭିଯୁକ୍ତ ଓଡ଼ିଶା ରୁ ହୋଇଥିବା ବେଳେ ସେମାନେ ଏହି ରାକେଟ ରେ ମଧ୍ୟସ୍ଥତା କରିଥିଲେ।ତେବେ ସୋସିଆଲ ମିଡିଆ ରେ ହେଉଥିବା ଅନ ଲାଇନ୍ ଷ୍ଟଡି ଗ୍ରୁପ ରେ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀ ମାନଙ୍କୁ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ସେମାନଙ୍କ ସହ ଯୋଗାଯୋଗ କରୁଥିଲେ। ସେମାନଙ୍କ ଠାରୁ ନଗଦ ୩୪ ହଜାର ୫୦୦ ଟଙ୍କା,୧୦ ଟି ମୋବାଇଲ ଓ ଗୋଟିଏ ଟାବଲେଟ ଜବତ କରାଯାଇଛି।ଏଥି ସହିତ ଗିରଫ ଅଭିଯୁକ୍ତ ମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ କୁ ସିଜ କରାଯାଇଛି ବୋଲି ଏସପି ସୂଚନା ଦେଇଥିଲେ।ଗିରଫ ଅଭିଯୁକ୍ତ ମାନେ ହେଲେ ବିଜୟ ମଲ୍ଲିକ,ଶାନ୍ତନୁ ମିଶ୍ର,ସନ୍ଦୀପ କୁମାର ମହାନ୍ତି,ପ୍ରଦୀପ ଶତପଥି,ନିରଞ୍ଜନ ବେହେରା,ଅଜୟ କୁମାର ବିଶ୍ବାଳ,ରାଜୀବ ଲୋଚନ ସାହୁ,ସପନ କୁମାର ସାହୁ।ଗିରଫ ସଂଖ୍ୟା ମୋଟ ୨୫ ହୋଇଥିବା ବେଳେ ତଦନ୍ତ ପରେ ଆହୁରି ଗିରଫ ହେବାର ସମ୍ଭାବନା ରହିଛି ବୋଲି ଏସପି ସାଗରିକା ନାଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।