ଦାବି ପୂରଣ ନହେଲେ ଅଗଷ୍ଟ ୧୬ରୁ ସମୂହ ଛୁଟି ରେ ରହିବାକୁ ଚେତାବନୀ ଦେଲା ପ୍ରାଥମିକ ଶିକ୍ଷକ ସଂଘ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଦାବି ପୂରଣ ନହେଲେ ଅଗଷ୍ଟ ୧୬ରୁ ସମୂହ ଛୁଟି ରେ ରହିବାକୁ ଚେତାବନୀ ଦେଲା ପ୍ରାଥମିକ ଶିକ୍ଷକ ସଂଘ।ଆଜି ହାଟଡିହି ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଏନେଇ ମୁଖ୍ୟମନ୍ତ୍ରୀ, ୫-ଟି ସଚିବ, ଓ ଗଣଶିକ୍ଷା ବିଭାଗକୁ ଦାବିପତ୍ର ପ୍ରଦାନ କରାଯାଇ ଚେତାବନୀ ଦିଆଯାଇଛି। ସେମାନଙ୍କ ଅଭିଯୋଗ ଯେ ସରକାର ପ୍ରାଥମିକ ଶିକ୍ଷକ ସଂଘ ର ଦାବିକୁ ଗୁରୁତ୍ୱ ଦେଉ ନାହାନ୍ତି। ବାରମ୍ବାର ଆନ୍ଦୋଳନ କରୁଥିଲେ ବି ସରକାର ଯେଉଁ ପ୍ରତିଶୃତି ଦେଉଛନ୍ତି ତାହାକୁ ପାଳନ କରୁ ନାହାନ୍ତି। ସେମାନଙ୍କ ଦାବି ଅନୁଯାଇ ପ୍ରାଥମିକ ଶିକ୍ଷକ ମାନଙ୍କ ପାଇଁ ପ୍ରଚଳନ କରିଥିବା ନୂତନ ପେନସନ ପ୍ରଥାକୁ ଉଚ୍ଛେଦ କରି ପୁରୁଣା ପେନସନ ଲାଗୁ କରିବା , ସମସ୍ତ ଶିକ୍ଷକ ଙ୍କୁ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ କରିବା , ଠିକା ନିଯୁକ୍ତି ଉଚ୍ଛେଦ କରିଥିବାରୁ କନିଷ୍ଠ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେସନାଲ ଇନକ୍ରୀମେଣ୍ଟ ଲାଗୁ କରି ମୂଳ ଚାକିରି ରେ ଗଣନା କରିବାକୁ ଦାବି କରିଛନ୍ତି। ଏହା ସହିତ ଦୀର୍ଘ ବର୍ଷ ଧରି କାମ କରିଆସୁଥିବା କଳା, ଓ ଖେଳ ଶିକ୍ଷକଙ୍କୁ ନିୟମିତ କରିବାକୁ ମଧ୍ୟ ଦାବି କରଛନ୍ତି। ଆଜି ଶତାଧିକ ଶିକ୍ଷୟତ୍ରୀ ଜଳକଳଙ୍ଗ ସ୍କୁଲ ନିକଟରୁ ଏକ ପାଟୁଆର ରେ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟକୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଇଓ ଧନେଶ୍ୱର ଖଣ୍ଡେଇ ଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ହାଟଡିହି ବ୍ଲକର ଶ୍ରୀକାନ୍ତ ପଟ୍ଟନାୟକ, ଶ୍ରୀକାନ୍ତ ବିଶ୍ୱାଳ, ପ୍ରଦୀପ ନାୟକ, ଦେବାଶିଷ ବାରିକ, ଜିତେନ୍ଦ୍ର କୁମାର ବେହେରା, ପ୍ରଫୁଲ ମଣ୍ଡଳ, ପ୍ରଫୁଲ୍ଲ କୁମାର ସାହୁ, ସୁର୍ଯ୍ୟ ପ୍ରକାଶ ସେଠୀ, କ୍ଷେତ୍ରବାସୀ ମିଶ୍ର, ଶୁଶ୍ରୀ ସ୍ୱୟଂପ୍ରଭା ବେହେରା, ପୁଷ୍ପାଞ୍ଜଳି ଖୁଣ୍ଟିଆ, ଉମାମଣି ପାଢ଼ୀ, ଉଷାରାଣୀ ଦାସ, ରବି ନାରାୟଣ ପଳେଇ, ସୁଶାନ୍ତ ଜେନା, ତୁସାରକାନ୍ତ ନାୟକ, ଶଶୀ ଭୂଷଣ ପୁହାଣ, ବିଶ୍ୱନାଥ ନାୟକ, ସରୋଜ ନାୟକ, ଗଣେଶ ଗଇପାଇ, ସାଧୁ ହୋ, ଆନନ୍ଦ ମୁଦୁଲି, ପଙ୍କଜ ରାଉତ, ଅନିରୁଦ୍ଧ ବିଶ୍ୱାଳ, ପ୍ରଶାନ୍ତ କର, ଜ୍ଞାନ ରଞ୍ଜନ ବେହେରା, ପ୍ରଦୀପ ଦେହୁରୀ, ଆର୍ତ୍ତତ୍ରାଣ ଯେନା, ବିଜୟ ରାଉତରାୟ, ଅଲୋକ ନାଥ, ସତ୍ୟନାରାୟଣ ଗିରିଙ୍କ ସମେତ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ