ବ୍ଲକ ସ୍ତରୀୟ କୃଷକ ସଂମ୍ପର୍କ ମେଳା ଅନୁଷ୍ଠିତ

ମୋହନା,(ଯୁଗାବ୍ଦ ନ୍ୟୁଜ୍‌): ଗଜପତି ଜିଲ୍ଳା ମୋହନା ବ୍ଲକ ଚାନ୍ଦିପୁଟ ପଂଚାୟତରେ ଶୁକ୍ରବାର କୃଷକ ସଂମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିରୁପେ ସ୍ଥାନୀୟ ବିଧାୟକ ଦାଶରଥୀ ଗମାଙ୍ଗ ଓ ବ୍ଲକ ଅଧକ୍ଷା ସୁଖି ଶବର, ବାଲ୍ମିନୀ ଅଧିକାରୀ ,ପ୍ରାଣୀ ଚିକିତ୍ସା ଅଧିକାରୀ,ଡାକ୍ତର ପଣ୍ଡା,ଏବଂ ଜିଲ୍ଲାରୁ ଆସିଥିବା କୃଷକ ଅଧିକାରୀ ଓ ବିଭିନ୍ନ କୃଷି ବୈଜ୍ଞାନିକ ଯୋଗଦେବା ସହ ବହୁ ଚାଷୀ ଏହି ମେଳାରେ ଯୋଗ ଦେଇଥିଲେ । ଏହି ମେଳାରେ ଚାଷୀ ମାନଙ୍କର କିପରି କମ ସମୟରେ ଅଧିକ ଆମଦାନୀ କରିବା ପାଇଁ ଆଧୁନିକ୍ ଜ୍ଞାନ କୈାଶଳ ବୁଝାଇବା ସହ କିପରି ଚାଷ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ଏଥି ସମେତ୍ କୃଷକ ସଂମ୍ପର୍କ ମେଳାରେ ୬ ଟି ଷ୍ଟଲ ଲାଗିଥିବା ଅତିଥି ମାନେ ଚାଷ ଉପରେ ସବିଶେଷ ଚାଷୀ ମାନଙ୍କୁ ବୁଝାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ