ଦେବ ଦୂତ ସାଜିଲା “ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନ” ନିଖୋଜ ମାନସିକ ପୁଅକୁ ହସ୍ତାନ୍ତର କଲା ପରିବାରକୁ

ଗଞ୍ଜାମ, (ବିନୋଦ ପଲାଇ):ଜଣେ ମାନସିକ ଯୁବକ ଚିକତ୍ସା ହୋଇ ଘରକୁ ଟ୍ରେନ ଯୋଗେ ଫେରୁଥିବା ଅବସ୍ଥାରେ ନିଖୋଜ ହୋଇଯାଇଥିବା ବେଳେ ତାକୁ ଉଦ୍ଧାର କରି ପରିବାରକ ଲୋକଙ୍କୁ ହସ୍ତାନ୍ତର କରିଛନ୍ତି ଗ୍ରୀନପିସ ଭିଲେଜ଼ ଫାଉଣ୍ଡେସନ । ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।ଖୋର୍ଦ୍ଧା ଜିଲ୍ଲା କଣ୍ଟିଆ ସ୍ଥିତ ରଥିପୁର ଗ୍ରାମ ର “ମହମ୍ମଦ ଇସାଦ ଅଲି ନାମକ ଜଣେ ମାନସିକ ରୋଗି ନାଗପୁର ରୁ ଚିକିତ୍ସା ହୋଇ ଫେରୁଥିବାବେଳେ ବ୍ରହ୍ମପୁର ଠାରେ ହତାତ୍ ନିଖୋଜ ଯାଇଥିଲେ, । ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ପାଇପାରିନଥିଲେ। ଏହି ସମୟରେ ଗଞ୍ଜାମ ବ୍ଳକ ଅନ୍ତର୍ଗତ ବୁରୁଡ଼ି ଗ୍ରାମ ନିକଟରେ ଏକ ଯୁବକ ଅସ୍ତବ୍ୟସ୍ତ ହୋଇ ବୁଲୁଥିବା ଦେଖି ସ୍ବେଚ୍ଛସେବୀ ସଙ୍ଗଠନ ଗ୍ରୀନ ପିସ୍ ଭିଲେଜ୍ ଫାଉଣ୍ଡେସନ ର ସଦସ୍ୟ ରଥାଙ୍ଗ ନାହକ, ପ୍ରକାଶ ନାହକ, ପ୍ରଶାନ୍ତ ଦାସ ଦେଖି ଉଦ୍ଧାର କରିଥିଲେ। ପର ଅନୁଷ୍ଠାନ ର ପ୍ରତିଷ୍ଠାତା ପପୀ ଭାଈ ଙ୍କ ସହାୟତା ରେ ମାନସିକ ରୋଗୀକୁ ପଚରାଉଚରା କରିବା ପରେ ତାର ଠିକଣା ପାଇ ତାଙ୍କ ପରିବାର ଲୋକଙ୍କ ସହ ଯୋଗା ଯୋଗ କରିଥଲେ। ପରେ ପରିବାର ଲୋକେ ଆସିବା ପରେ ସେ ଜଣେ ମାନସିକ ରୋଗୀ ଓ ଚିକିତ୍ସା ହୋଇ ଫେରୁଥିବା ସମୟରେ ନିଖୋଜ ହୋଇଯାଇଥିବା ଜଣାପଡିଥିଲା। ପରେ “ମହମ୍ମଦ ଇସାଦାଦ ଅଲି ତାଙ୍କୁ ଧରି ଯାଇଥିଲେ।ଫାଉଣ୍ଡେସନ ର ପ୍ରତିଷ୍ଠାତା ପପି ଭାଈ ସମସ୍ତ ସଦସ୍ୟ ଏବଂ ବୁରୁଡ଼ି ଗ୍ରାମବାସୀ ତଥା ଫାଉଣ୍ଡେସନ ର ସଭାପତି ପ୍ରଶାନ୍ତ ଦାସ୍, ପ୍ରକାଶ ନାହକ, ରଥାଙ୍ଗା ନାହକ, ମନୋଜ୍ ନାହାକ, ପ୍ରଫୁଲ୍ଲ ନାହକ, ଦୁଷ୍ମନ୍ତ ନାହକ, ସିଲୁ ଦତ ନାୟକ, ବିରଞ୍ଚି ନାହକ ଏହି କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ