ଅଧାପିକା ଆତ୍ମହତ୍ୟା ଘଟଣା : ୨ ମହିଳା ଗିରଫ
ରାଇରଙ୍ଗପୁର,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମହାବିଦ୍ୟାଳୟର ମହିଳା ହଷ୍ଟେ୍ଲରେ ନବ ନିଯୁକ୍ତ ପଦାର୍ଥ ବି ।ନ ଅଧାପିକା ରୁକ୍ମୁଣୀ ମଣ୍ଡଳ ଗତ ନଭେମ୍ବର ମାସ ୩୦ ତାରିଖରେ ଆତ୍ମହତ୍ୟା କରିଥିଲେ । ତେବେ ସେ କୈାଣସି କାରଣକୁ କେନ୍ଦ୍ର କରି ଆତ୍ମହତ୍ୟା କଲେ ତାହା ସଂନ୍ଦେହ ଘେରରେ ରହିଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି ଅଧାପିିକା ମୃତ୍ୟୁ ଘଟଣାରେ ପୋଲିସକୁ ସାଂଘାତିକ ତଥ୍ୟ ପୋଲିସ ବାହାର କରିଛି । କେନ୍ଦୁଝରରେ ସଂପର୍କୀୟ ଘରକୁ ଯାଇ ଯୈାନଶୋଷଣର ଶୀକାର ହୋଇଥିଲେ ।ଏହା ପରେ ପୋଲିସ ନିକଟରେ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ମଧ୍ୟ ପୋଲିସ ଘଟଣାକୁ ଗୁରୁତର ସହ ନେଇ ନ୍ୟାୟ ଦେବାରେ ବିଫଳ ହେବାରୁ ସେ ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ପୂବରୁ ପୋଲିସ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଶୁକ୍ରବାର କେନ୍ଦୁଝର ଜିଲ୍ଲା ଉମରଦେଇପୁର ଗ୍ରାମର ମିନ୍ମୟୀ ସାହୁ ଓ ଘଷିପୁରା ଅନ୍ତର୍ଗତ ମୁରାବାଲି ଗ୍ରାମର ଶୈଳବାଳା ସାହୁଙ୍କୁ ପୋଲିସ ଗିରଫ କରିବା ସହ କେସ ନଂ ୩୦୬,୫୦୬,୩୪ ରେ ମାମଲା ରୁଜୁ କରିବା ସହ ତଦନ୍ତ ଜାରୀ ରଖିଛି ।