ଟ୍ୱିଙ୍କଲଙ୍କୁ ପିଆଜ କାନଫୁଲ ଉପହାର
ମୁମ୍ବାଇ: ପିଆଜ ଦରକୁ ନେଇ ଦେଶବ୍ୟାପୀ ଚର୍ଚ୍ଚା ଚାଲିଥିବାବେଳେ ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ କ୍ଷେତ୍ରରେ ଏକ ନୂଆ ଘଟଣା ସାମ୍ନାକୁ ଆସିଛି। ସେ ନିଜ ପତ୍ନୀ ଟ୍ୱିଙ୍କଲ୍ ଖନ୍ନାଙ୍କୁ ପିଆଜ କାନଫୁଲ ଉପହାର ଦେଇଛନ୍ତି। ଏହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ଟ୍ୱିଙ୍କଲ୍ଙ୍କୁ ମଧ୍ୟ ସ୍ୱାମୀଙ୍କ ଏହି ଉପହାର ବହୁତ ପସନ୍ଦ ଆସିଛି। ସୂଚନା ଥାଉ କି ଅକ୍ଷୟ ନିଜ ଆଗାମୀ ଚଳଚ୍ଚିତ୍ର ‘ଗୁଡ୍ ନ୍ୟୁଜ୍’ର ପ୍ରମୋଶନ୍ ପାଇଁ ‘ଦି କପିଲ୍ ଶର୍ମା ଶୋ’ରେ ନଜର ଆସିବେ। ଶୋ’ ପାଇଁ ଅକ୍ଷୟ ଶୁଟ୍ କରି ସାରିଛନ୍ତି। ‘ଦି କପିଲ୍ ଶର୍ମା ଶୋ’ର ସେଟ୍ରୁ ଘରକୁ ଫେରି ଅକ୍ଷୟ ପତ୍ନୀଙ୍କୁ ଏକ ଖାସ୍ ଉପହାର ଦେଇଥିଲେ। ସେହି ଖାସ୍ ଉପହାର ଆଉ କିଛି ନୁହେଁ ବରଂ ପିଆଜ କାନଫୁଲ ଥିଲା। ଟ୍ୱିଙ୍କଲ୍ଙ୍କୁ ମଧ୍ୟ ଏହି ଉପହାର ଖୁବ୍ ପସନ୍ଦ ଆସିଥିଲା।