କେନ୍ଦ୍ରାପଡା ବ୍ଲକ୍ ଘେରିଲା କଂଗ୍ରେସ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ଆଜି ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ କେନ୍ଦ୍ରାପଡା ବ୍ଲକ୍ ଘେରାଉ କରାଯାଇଥିଲା । ଏହି ଉପଲକ୍ଷେ ଅତିଶୟ ପ୍ରତିକୂଳ ପାଗ ସତ୍ତ୍ୱେ କଂଗ୍ରେସ କର୍ମୀମାନେ ସରକାରୀ ଟାଉନ୍ ହାଇସ୍କୁଲ୍ ଛକଠାରୁ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରାଙ୍କ ନେତୃତ୍ୱରେ ଶତାଧିକ ସଂଖ୍ୟାରେ ଏକ ବାଇକ୍ ଶୋଭାଯାତ୍ରରେ ପୁରୁଣା ବସ୍‌ଷ୍ଟାଣ୍ଡ୍‌, ଫରଜନ ଛକ ଓ ସ।।ନ୍ତସାହି ଛକ ଦେଇ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ । ଆନ୍ଦୋଳନକାରୀମାନେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଲା ପରେ ତାଲା ପଡିଥିବା ବ୍ଲକ ଗେଟ୍ ଠେଲି ବ୍ଲକ ପରିସର ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ । ଫଳତଃ କିଛି କ୍ଷଣ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏହା ପରେ ବ୍ଲକ କଂଗ୍ରେସ ସଭାପତି ଚିତ୍ରସେନ ପରିଡାଙ୍କ ଅଧ୍ୟକ୍ଷତାରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା ଉଦ୍‌ବୋଧନ ଦେଇ କହିଥିଲେ ଯେ ବିଡିଓ ଓ ବ୍ଲକର ସମସ୍ତ କର୍ମଚାରୀମାନେ ଲୋକମାନଙ୍କର ସେବକ ପ୍ରଭୁ ନୁହଁନ୍ତି । କଂଗ୍ରେସ ୯ ଦଫା ସମ୍ମିଳିତ ଦାବି ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ବିବରଣୀ ଦେବା ସହ ସେ ବ୍ଲକରେ ପିସି କାରବାର ବନ୍ଦ କରିବା, ବିଭିନ୍ନ ସରକାରୀ ଯୋଜନାରେ ବାଛ ବିଚାର ନକରିବା ଓ ବିଭିନ୍ନ ଅଭିଯୋଗ ଧରି ଦୈନନ୍ଦିନ ବ୍ଲକକୁ ଆସୁଥିବା କେନ୍ଦ୍ରାପଡା ବ୍ଲକର ଜନସାଧାରଣଙ୍କୁ ଯଥୋଚିତ ସମ୍ମାନ ଦେବାକୁ ଆହ୍ୱାନ ଦେଇଥିଲେ । ପୂର୍ବତନ ବିଧାୟକ ଚିନ୍ମୟପ୍ରସାଦ ବେହୁରା ଭାଷଣ ଦେଇ କହିଥିଲେ ଯେ କଂଗ୍ରେସ କେବେ ପିସି କାରବାରକୁ ବରଦାସ୍ତ କରିବ ନାହିଁ । ସୁତରାଂ କଂଗ୍ରେସର ଦାବି ପ୍ରତି ଅଣଦେଖା କଲେ ପରିଣତି ଯାହା ହେବ ସେଥିପାଇଁ ବ୍ଲକ ପ୍ରଶାସନ ଦାୟୀ ରହିବେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ, ପ୍ରଦ୍ୟୁମ୍ନ ଜେନା, ନାରାୟଣ ଚନ୍ଦ୍ର ପରିଡା, ମହେନ୍ଦ୍ର ପରିଡା, ଅନନ୍ତ କୁମାର ସ୍ୱାଇଁ, ରତିକାନ୍ତ ସାମଲ ଓ ମୁକ୍ତାର ଖାଁ ଭାଷଣ ନେଇ ବ୍ଲକରେ ଚାଲୁଥିବା ବିଭିନ୍ନ କଳାକାରନାମା ବାବଦରେ ଆଲୋକପାତ କରିଥିଲେ । ଏହି ବ୍ଲକ ଘେରାଉ ଆନ୍ଦୋଳନରେ କଂଗ୍ରେସ ନେତା ପ୍ରଭାତ କୁମାର ଉଡାନ ସିଂ, ହିବଜୁର ରହେମାନ, ଚାନ୍ଦବାବୁ, ମୀର ମୁରସିଦ୍‌, ସୌମେନ୍ଦ୍ର ପୃଷ୍ଟି, ଗଣେଶ ମେକାପ, ବାବାଜୀ ମଲ୍ଲିକ, ତୋଫାନ ସ୍ୱାଇଁ, ଚନ୍ଦନ ଦାସ, ଜ୍ଞାନରଞ୍ଜନ ସାହୁ, ଆଶିଷ ମେକାପ, ସୁବାଷ ମାହାଳିକ, କମଳାକାନ୍ତ ବେହେରା, ଉମାଶଙ୍କର ଜେନା, ଦିଲ୍ଲୀପ କୁମାର ରାଉତ, ପ୍ରେମାନନ୍ଦ ପ୍ରଧାନ, ବସନ୍ତ କୁମାର ମଲ୍ଲିକ, ଲକ୍ଷ୍ମୀଧର ପଲାଇ, ବିଶ୍ୱକେଶରୀ ଜେନା, ରେବତୀ ରମଣ ରାଉତ, ବିଚିତ୍ର ଲେଙ୍କା, ସନ୍ତୋଷ ବେହେରା, ରଞ୍ଜନ ନାୟକ, ରଶ୍ମିରଞ୍ଜନ ଦାସ, ବିଭୂତିଭୂଷଣ ଦାସ, ସୟଦ ମୁକ୍ତାର ଅଲ୍ଲୀ, କୃପାସିନ୍ଧୁ ବେହେରା, ସେକ ଲାଲ ବାବୁ, ରଘୁନାଥ ମହାପାତ୍ର, ସଞ୍ଜୀବ ବିଶ୍ୱାଳ, ଗତାନୁଗତ ବିଶ୍ୱାଳ, ଅନ୍ତର୍ଯ୍ୟାମୀ ସ୍ୱାଇଁ, ସାର୍ଥକ ମହାପାତ୍ର, ସୌମ୍ୟ ରଞ୍ଜନ ବେହେରା, ସେକ ଅନୱାର, ସତ୍ୟରଞ୍ଜନ ରାଉତ, ରଜନୀକାନ୍ତ ସ୍ୱାଇଁ, କାହ୍ନୁ ଚରଣ ପଣ୍ଡା, ମଧୁସୂଦନ ସେଠୀ, ଶୁସିଲ କୁମାର ସ୍ୱାଇଁ, ଦୟାନିଧି ପରିଡା, ହିମାଂଶୁ ବେହେରା ଓ ଅଭିଷେକ ବିଶ୍ୱାଳ ପ୍ରମୁଖ ସାମିଲ ହୋଇ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ